ବାରିପଦାରେ ଭିଏଚପି ପକ୍ଷରୁ ତୁଳସୀ ପୂଜନ ଦିବସ
ବାରିପଦା : ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ତୁଳସୀ ପୂଜନ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ବଡ଼ ଜଗନ୍ନାଥ ମନ୍ଦିର ସମ୍ମୁଖରେ ବରିଷ୍ଠ ନେତା କବିବିଷ୍ଣୁ ଶତପଥୀଙ୍କ ଆବାହକତ୍ୱରେ ଓ ବର୍ଷିୟାନ ନେତା ଦିବାକର ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ପବିତ୍ର ଉତ୍ସବରେ ତୁଳସୀ ମାତାଙ୍କର ଆରତୀ, ଆବାହନ, ପୂଜା, ଆରାଧନା, ସ୍ତୁତି, ଭଜନ, ଜୟ ଧ୍ୱନି ହେବା ସହ ଦିବସର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଯୋଗେଶ ଦଣ୍ଡପାଟ, ହରିପଦ କଲିଆ, ଗୌରହରି ପାତ୍ର ଓ ପ୍ରଶାନ୍ତ କୁମାର ଆଚାର୍ଯ୍ୟ ପ୍ରମୁଖ ବରିଷ୍ଠ ଭିଏଚପି ନେତୃବୃନ୍ଦ ଉପସ୍ଥିତ ଥିବା ବେଳେ ବିଶ୍ୱଜିତ ରଣା, ବାଘା ସିଂ, ହେମଲତା ଦାସ, ଦିବ୍ୟରଂଜନ ବିଶ୍ୱାଳ, ଦୀପକ ମଲ୍ଲିକ, ମହାବିଦ୍ୟାନନ୍ଦନ ଦାସ, ପ୍ରବୀର ଦାସବାବୁ, ଅମିତ ନାୟକ, ଦେବାଶିଷ ପାଇକରାୟ, ଦୀପାଳି ନାୟକ, ମାନସ ପାତ୍ର, କଳ୍ପତରୁ ରାୟବାବୁ, ସନ୍ଧ୍ୟା ପଣ୍ଡା, ଶୁଭମ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ । ଉତ୍ସବ ପ୍ରାରମ୍ଭରେ ତୁଳସୀ ପରିକ୍ରମା ଓ ସଂକୀର୍ତନ ହେବା ସହ ଶେଷରେ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶତାଧିକ ତରୁଣଙ୍କ ସାଙ୍ଗକୁ ବହୁସଂଖ୍ୟକ ମହିଳା ମଧ୍ୟ ଏଥିରେ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।
