ହରନାରାୟଣ ମିଶ୍ରଙ୍କ ପୁସ୍ତକ ଶୁଭଶ୍ରୀ ଉନ୍ମୋଚିତ
ବାରିପଦା : ବରିଷ୍ଠ ସାରସ୍ୱତ ସାଧକ କବି ହରନାରାୟଣ ମିଶ୍ରଙ୍କ ରଚିତ କବିତା ପୁସ୍ତକ ଶୁଭଶ୍ରୀ ଉନ୍ମୋଚିତ ହୋଇଯାଇଛି । କଂଟାପାଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମିତାଭ ମିଶ୍ରଙ୍କ ସଭାପତିତ୍ୱରେ ଏହି ଉନ୍ମୋଚନ ଉତ୍ସବରେ ଓଡିଶା ଶିଳ୍ପ ଉନ୍ନୟନ ନିଗମର ଅବସରପ୍ରାପ୍ତ ମହାପ୍ରବନ୍ଧକ ଇଂ ମାନସ ଷଡଙ୍ଗୀ ମୁଖ୍ୟ ଅତିଥି, ଅଧ୍ୟାପକ ସମରେନ୍ଦ୍ର ବଶା ମୁଖ୍ୟବକ୍ତା ଭାବେ ଯୋଗଦେଇ ପୁସ୍ତକଟି ଉନ୍ମୋଚନ କରିବା ସହ କବିଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ୩୪ ଟି କବିତା ଓ ୭ଟି ଗାଥା କବିତା ସନ୍ନିବେଶିତ ଏହି ପୁସ୍ତକଟି କବିଙ୍କର ତେତିଶତମ ସୃଷ୍ଟି ହୋଇଥିବା ବେଳେ ଲେଖନୀର ପଦଯାତ୍ରା ସିରିଜର ତେଇଶ ତମ ସଂସ୍କରଣ । ବରିଷ୍ଠ ଆଇନଜୀବୀ ସ୍ମିତଭାନୁ ମିଶ୍ରଙ୍କ ସଂଯୋଜନା ରେ ଆୟୋଜିତ ଏହି ଉନ୍ମୋଚନ ଉତ୍ସବରେ ଶିକ୍ଷକ ଦୀପକ କୁମାର ରାମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କବିଙ୍କର ଅନ୍ୟ ସୃଷ୍ଟି ଭଳି ଏହି ପୁସ୍ତକଟି ପାଠକୀୟ ସ୍ୱୀକୃତି ଲାଭ କରିବ ୍େୱାଲି ମତ ପ୍ରକାଶ ପାଇଥିଲା ।
