ପରିବହନ ଭଡ଼ା ବୃଦ୍ଧି ଦାବିରେ ଟ୍ରକ ମାଲିକଙ୍କ ଧାରଣା
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଟ୍ରକ୍ କାଲିକ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଟ୍ରକ୍ ମାଲିକମାନେ ୬ ଦଫା ଦାବି ନେଇ ଧାରଣା ଦେଇଛନ୍ତି । ପୂର୍ବରୁ ପରିବହନ ଭଡ଼ା ଅଧିକ ଥିଲା । ଏବେ କାହା ସ୍ୱାର୍ଥରେ କମା ଯାଇଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ତୁରନ୍ତ ପୂର୍ବରୁ ପ୍ରଦାନ କରାଯାଉଥିବା ଭଡ଼ା ଦେବାକୁ ଦାବି କରିଛନ୍ତି । ସଂଘ ସଦସ୍ୟଙ୍କ ଦ୍ୱାରା ଶୃଙ୍ଖଳିତ ଭାବେ ଟୋକନ ବଣ୍ଟନ, ଟ୍ରାନ୍ସପୋର୍ଟରଙ୍କୁ ସଂଘ ଦେଇଥିବା ନିର୍ଦ୍ଧାରିତ ସମୟ ମଧ୍ୟରେ ପରିବହନ ଭଡ଼ା ପ୍ରଦାନ, କର୍ମକର୍ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ତୁରନ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ ଦାବି କରାଯାଇଛି । ଆଜିର ଧାରଣାରେ କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘର ପୂର୍ବତନ ସଭାପତି ରାମଚନ୍ଦ୍ର ଭୂୟାଁ, ପୂର୍ବତନ ସମ୍ପାଦକ ପ୍ରଦୀପ କୁମାର ବାରିକ, ପୂର୍ବତନ କୋଷାଧ୍ୟକ୍ଷ ପ୍ରଭାତ ରାଉତ, ପୂର୍ବତନ କାର୍ଯ୍ୟନିର୍ବାହୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ସାହୁ, ଶଶିକାନ୍ତ ଦାସ, ଅୟଶକାନ୍ତ ପଟ୍ଟନାୟକ, ରବି ନାୟକ, କୃଷ୍ଣଚନ୍ଦ୍ର ବେହେରା, ମନୋରଂଜନ ସାହୁ, ଝଡ଼େଶ୍ୱରୀ ସାହୁ, ଅଜୟ ମିଶ୍ର, ସୁଶୀଲ କୁମାର ସାହୁ, ବାଦଲ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।
