ନାବାଳିକା ଦୁଷ୍କର୍ମକାରୀକୁ ୨୩ବର୍ଷ ଜେଲ : ପୀଡିତାଙ୍କୁ ୪ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ନିର୍ଦ୍ଦେଶ
କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଯୋଡା ଥାନା ଅନ୍ତର୍ଗତ କାଳଆବେଡା ଗ୍ରାମରେ ଜଣେ ନାବାଳିକାକୁ ବଳପୂର୍ବକ ଦୁଷ୍କର୍ମ କରିବା ଘଟଣାରେ ଜଣେ ଅଭିଯୁକ୍ତ ଯୁବକକୁ ୨୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କେନ୍ଦୁଝର ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ପକ୍ସୋ କୋର୍ଟର ବିଚାରପତି ଡକ୍ଟର ଅନୀଲ କମାର ଦତତ୍ତ । ଏହି ଘଟଣାରେ ଅଭିଯୁକ୍ତକୁ ୬୦ ହଜାର ଟଙ୍କା ଆର୍ଥିକ ଜୋରିମାନା କରାଯାଇଥିବା ବେଳେ ଜୋରିମାନା ଅନାଦେୟ ଦେଢ ବର୍ଷ ଅଧିକ ସଶ୍ରମ କାରାଦଣ୍ଡ ରାୟ ପ୍ରଦାନ ହୋଇଛି । ସୂଚନା ଅନୁଯାୟୀ ୦୭/୦୨/୨୦୨୨ ରେ କାଳଆବେଡା ଗ୍ରାମର ସୋନୁ ମହାକୁଡ(୨୫) ପଡୋଶୀ ଘର ଲୋକ କୁଣିଆ ଯାଇଥିବାବେଳେ ଘରେ ୧୩ ବର୍ଷ ନାବଳିକା ଏବଂ ତାଙ୍କ ଭାଇ ଘରେ ଥିଲେ । ରାତିରେ ସୋନୁ ମହାକୁଡ ପଡୋଶୀଙ୍କ କବାଟ ବାଡେଇ ଘର ଖୋଲିବାକୁ କହିଥିଲେ । ନାବାଳିକା କବାଟ ଖୋଲିବା ପରେ ସୋନୁ ମହାକୁଡ ତାକୁ ବଳପୂର୍ବକ ଟେକିନେଇ ଦୁଷ୍କର୍ମ କରିଥିଲା । ଏବଂ ଏ ଘଟଣା ସଂପର୍କରେ କାହାକୁ ନ କହିବା ପାଇଁ ଧମକ ଦେଇଥିଲେ । ତା’ ପରଦିନ ସକାଳୁ ବାପା ମା’ ଘରକୁ ଫେରିବା ପରେ ଝିଅକୁ ଖୋଜି ଖୋଜି ସୋନୁ ଘରୁ ଉଦ୍ଧାର କରିଥିଲେ । ଝିଅ ଘଟଣା ସମ୍ପର୍କରେ ବାପା ମା’ ଙ୍କୁ କହିଥିଲା । ଯୋଡା ଥାନାରେ ଅଭିଯୋଗ ହେବା ପରେ କେସ ନଂ ୨୦/୨୦୧୬ ରେ ଏକ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ ସୋନୁ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ପକ୍ସୋ କୋର୍ଟ ର ବିଜାରପତି ୧୨ ଜଣ ସାକ୍ଷୀଙ୍କ ବୟାନ ସହ ଫୋରେନସିକ ତଥ୍ୟକୁ ଆଧାର କରି ଅଭିଯୁକ୍ତକୁ ବୁଧବାର ଅପରାହ୍ନରେ ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ତରଫରୁ ପ.ିପି ଗଣେଶ ପ୍ରସାଦ ମହାପାତ୍ର ମାମଲା ପରିଚାଳନା କରୁଥିଲେ । ପିଡୀତାକୁ ଆଇନ ସହାୟତା କେନ୍ଦ୍ର ତରଫରୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଆଦେଶ ଦିଆଯାଇଛି ।
