ସୁବଳୟା ଠାରେ ଟ୍ରକ୍-ଟ୍ୟାଂକର ଧକ୍କା
ଦଶପଲ୍ଲା : ୫୭ନଂ ଜାତୀୟ ରାଜପଥର ଦଶପଲ୍ଲା ଥାନା ଅନ୍ତର୍ଗତ ସୁବଳୟା ଠାରେ ଆଜି ମଧ୍ଯାହ୍ନ ସମୟରେ ଦଶପଲ୍ଲା ପଟୁ ଯାଉଥିବା ଏକ ମାଲବୋଝେଇ ଟ୍ରକ୍ ସହିତ ବିପରୀତ ଦିଗରୁ ଆସୁଥିବା ଏକ ପେଟ୍ରୋଲ ଟ୍ଯାଙ୍କର ସହିତ ଧକ୍କା ହେବା ଫଳରେ ଟ୍ରକର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି। ଟ୍ରକ ଗାଜର ବୋଝେଇ କରି ମଧ୍ଯପ୍ରଦେଶରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଟ୍ଯାଙ୍କର ପେଟ୍ରୋଲ ଧରି ପାରାଦ୍ୱୀପରୁ ନବରଙ୍ଗପୁର ଅଭିମୁଖେ ଯାଉଥିଲା। ଘଟଣାରେ କାହାର କିଛି ବିଶେଷ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଟ୍ରକ୍ ନମ୍ବର ହେଉଛି MP09HH5576 ଓ ଟ୍ୟାଂକର ନମ୍ବର ହେଉଛି OD05B1927 ।
