ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର
ଦଶପଲ୍ଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ୭୭ତମ ଜନ୍ମ ଦିବସ ଉପଲକ୍ଷେ କୃଷ୍ଣପ୍ରିୟା ଦେବୀ ମହିଳା ମହାବିଦ୍ୟାଳୟ, ଦଶପଲ୍ଲା ଠାରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ତଥା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ଆନୁକୂଲ୍ୟରେ ରବିବାର ଦିନ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରକ୍ତଦାନ ଶିବିରରେ ସ୍ବେଛାକ୍ରୁତ ରକ୍ତଦାତାଙ୍କ ଠାରୁ ୩୦୦ୟୁନିଟ୍ ରକ୍ତ ସଂଗ୍ରୁହୀତ ହୋଇଛି। ପୂର୍ବତନ ବ୍ଳକ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁଂକ ସଂଯୋଜନାରେ ଆୟୋଜିତ ରକ୍ତଦାନ ଶିବିରରେ ଦଶପଲ୍ଲା ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରା ମୁଖ୍ଯ ଅତିଥି ଭାବେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ୩ଗୋଟି ବ୍ଲକର ଅଧ୍ୟକ୍ଷା , ଉପାଧ୍ୟକ୍ଷ , ଉପାଧ୍ୟକ୍ଷା , ଏନଏସି ଉପାଧ୍ୟକ୍ଷ ଓ କାଉନସିଲରଙ୍କ ସମେତ ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ବିଜୁ ଯୁବ , ଛାତ୍ର ମହିଳା ଓ ଦଳୀୟ ବରିଷ୍ଠ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।
