ଟ୍ରକ-ଇନୋଭା ମୁହାଁମୁହିଁ : ୨ ମୃତ, ଜଣେ ଗୁରୁତର
ଅନୁଗୁଳ : ଅନୁଗୁଳ ଦେଇ ଯାଇଥିବା ୬୩ ନମ୍ବର ରାଜ୍ୟ ରାଜପଥରୁ ସାମ୍ନାକୁ ଆସିଛି ମର୍ମନ୍ତୁଦ ସଡକ ଦୁର୍ଘଟଣାର ଦୃଶ୍ୟ । ଟ୍ରକ ଓ ଇନୋଭା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଜିନ୍ଦଲ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ମୃତକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରିଛି। ମୃତକଙ୍କ ମଧ୍ୟରେ ଜଣେ ସ୍ଥାନୀୟ ଜରାସିଙ୍ଗାରୁ ହୋଇଥିବା ବେଳେ ଆନ୍ୟ ଜଣଙ୍କର ପରିଚୟ ମିଳିନାହିଁ । ଅପରପକ୍ଷରେ ଗୁରୁତର ବ୍ୟକ୍ତି ଜଣଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରାଯାଇଛି । ନିଶା ଥାନା ଅଧିକାରୀ ଘଟଣାର ତଦନ୍ତ ଜାରି ରଖିଛନ୍ତି ।
