ବିଦୁ ଚନ୍ଦନ ମେମୋରିଆଲ କ୍ଲବ,ନାରଣପୁର ଆନୁକୁଲ୍ୟରେ ତ୍ରିଦୀବସୀୟ ୪୩ ତମ ବାର୍ଷିକ ବାହା ପତା ପର୍ବ ଶୁଭ ଉଦଘାଟିତ
ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ରାଇରଙ୍ଗପୁର -ଟାଟା ଜାତୀୟ ରାଜପଥ ୨୨୦ ନମ୍ବର ପାର୍ଶ୍ବକଡ ନାରାଣପୁରଠାରେ ବିଜୁ ଚନ୍ଦନ ଖେଳ ପଡ଼ିଆରେ ତ୍ରିଦୀବସୀୟ ୪୩ ତମ ବାର୍ଷିକ ବାହା ପତା ପର୍ବର ଆଜି ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯାମଦା ବ୍ଳକ ଅଧ୍ୟକ୍ଷ ଡୁମକା ହେମ୍ବ୍ରମ, ସମ୍ମାନିତ ଅତିଥି ନାରାୟଣପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ବିମଳ କୁମାର ମହାନ୍ତ, ବିଜୁ ଚନ୍ଦନ ମେମୋରିଆଲ ପକ୍ବ ସଂପାଦକ କାଳୀ ଚରଣ ମାରାଣ୍ଡି, ମଙ୍ଗତ ମୁର୍ମୁ,ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୂଣ୍ଡା,ମାନସିଂ ହେମ୍ବ୍ରମ,ବିରାମ ହେମ୍ବ୍ରମ ,କ୍ଳବ୍ ସଦସ୍ୟ ବୃନ୍ଦ, ଗ୍ରାମବାସୀ,କ୍ରୀଡ଼ାପ୍ରେମୀ ପ୍ରମୁଖ ଉପସ୍ଥିତ ରହି କ୍ରୀଡା ପତକା ଉତ୍ତୋଳନ କରିଥିଲେ ।ଏଠାରେ ୩ ଦିନ ଧରି ଫୁଟବଲ ଖେଳ ,ଶେଷ ଦୁଇ ଦିନ ବିଭିନ୍ନ ପ୍ରକାରର ବୟସ୍କ,ଯୁବକ,ଶିଶୁ,ମହିଳା ଓ ଯୁବତୀଙ୍କ ପାଇଁ ବିଭିନ୍ନ ପ୍ରକାରର ଖେଳ,ଦୌଡକୁଦ,ଅଙ୍କ ପରୀକ୍ଷା, ମହମବତୀ ଦୌଡ,ବେଲୁନ ରେସ, ମହିଳା ଫୁଟବଲ ଖେଳ, ସମେତ ପ୍ରତିଯୋଗିତା ମୂଳକ ଖେଳ ଆରମ୍ଭ ହୋଇଛି । ସେହିଭଳି ଶେଷ ଦିନ ୩/ ମାର୍ଚ୍ଚ ରେ ଖେଳକୁଦ ସହ ବିଭିନ୍ନ ପ୍ରକାରର ଆଦିବାସୀ ଲୋକନୃତ୍ଯ ଅନୁଷ୍ଠିତ ହେବ । ଉଦଯାପନ ଦିଵସରେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ମୟୂରଭଞ୍ଜ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ଼ାଃ ଦେବାଶିଷ ମାରାଣ୍ଡିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ଫୁଟବଲ ଖେଳରେ ଝାଡ଼ଖଣ୍ଡ , ପଶ୍ଚିମବଙ୍ଗ,ଓଡିଶାର ଵହୁ ବଛା ବଛା ୩୨ ଟି ଫୁଟବଲ ଟିମ ଅଂଶ ଗ୍ରହଣ କରୁଛନ୍ତି । ଝାଡ଼ଖଣ୍ଡ ର ସୁନାମଧନ୍ୟ ଭାଷ୍ଯକାର ହପନା ମୁର୍ମୁ ଫୁଟବଲ ଖେଳର ଧାରାବିବରଣୀ ପ୍ରଦାନ କରୁଛନ୍ତି ଓଡିଶାର ସିମାନ୍ତ ଅଂଚଳରେ ଭାଇଚାରା , ସୁସଂପର୍କ,କ୍ରୀଡା ଓ ନୃତ୍ୟ ପ୍ରତି ଯୁବ ବର୍ଗଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା,ବର୍ଷକରେ ୩ ଦିନ ଏହି ଅଂଚଳରେ ଆନନ୍ଦ ଓ ଖୁସିର ସହ ପରସ୍ପର ସହ ଭେଟଘାଟ ଓ ହସଖୁସିରେ ଦିନ ବତାଇବା ଏହାର ଏକମାତ୍ର ଉଦ୍ଦେଶ୍ୟ ବୋଲି ବରିଷ୍ଠ ସଦସ୍ୟ ତଥା ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା ସୂଚନା ଦେବାସହ ବହୁ ସଂଖ୍ୟାରେ ଖେଳ ପଡ଼ିଆରେ ଉପସ୍ଥିତ ରହି ଖେଳାଳି ଓ ନୃତ୍ୟ ଦଳଙ୍କୁ ଉତ୍ସାହିତ କରିବା ପାଇଁ ଅନୁରୋଧ କରିଥିଲେ ।
