ଶିକ୍ଷକ ସମାଜ ତରଫରୁ ମଧୁସ୍ମିତା ଦେ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବାରିପଦା : ତକତପୁର ସ୍ଥିତ ଜିଲ୍ଲାର ଅନ୍ୟତମ ପ୍ରତିଷ୍ଠିତ ବିଦ୍ୟାଳୟ ଉତ୍କଳମଣି ଗୋପବନ୍ଧୁ ପ୍ରାକ୍ଟିସିଂ ସରକାରୀ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମଧୁସ୍ମିତା ଦେ ଙ୍କୁ ଶିକ୍ଷକ ସମାଜ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଶିକ୍ଷକ ସମାଜ ର ସଭାପତି ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ର ସହକାରୀ ପ୍ରଫେସର ଡକ୍ଟର ସରୋଜ ନାୟକ, ଭଣ୍ଡଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ମିଶ୍ର, ବଡଝlଡ଼ ସରକାରୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ରମେଶ ମାରାଣ୍ଡି, କଣ୍ଟାପାଳ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅମିତାଭ ମିଶ୍ର, ଆଣୁଆ ସ୍ଥିତ ପିସିଏମ ହାଇସ୍କୁଲ ର ଶିକ୍ଷକ ବସନ୍ତ କୁମାର ଦତ୍ତ ପ୍ରମୁଖ ଶ୍ରୀମତୀ ଦେ ଙ୍କୁ ସ୍ୱାଗତ କରିବା ସହ ତାଙ୍କ କାର୍ଯ୍ୟକlଳ ରେ ବିଦ୍ୟାଳୟ ଉତ୍ତରୋତ୍ତର ଉନ୍ନତି ହେବ ବୋଲି ଆଶାପୋଷଣ କରିଛନ୍ତି l ପ୍ରତ୍ୟୁତ୍ତର ରେ ଶ୍ରୀମତୀ ଦେ ଶିକ୍ଷକ ସମାଜ କୁ କୃତଜ୍ଞତା ବ୍ୟକ୍ତ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି l
