ଶ୍ରାଦ୍ଧ ବାର୍ଷିକୀରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି
ଦଶପଲ୍ଲା : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ଶ୍ରାଦ୍ଧ ବାର୍ଷିକୀ ସୋମବାର ଦିନ ଦଶପଲ୍ଲାରେ ପାଳିତ ହୋଇଯାଇଛି। ବିଧାୟକ ରମେଶଚନ୍ଦ୍ର ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ଯକ୍ତି ଲକ୍ଷ୍ମୀବଜାର ଠାରେ ପହଞ୍ଚି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଇତ୍ଯବସରରେ ବିଜୁଜନତା ଦଳ ପକ୍ଷରୁ ତିଳତର୍ପଣ, ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରୋଗୀମାନଙ୍କୁ ଫଳ ଓ ସୁଖିଲା ଖାଦ୍ୟ ବଣ୍ଟନ, ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏସବୁ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ଦଳର ବହୁ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ସାମିଲ୍ ହୋଇଥିଲେ।
