ପୂର୍ବତନ ବିଧାୟକ ଗଙ୍ଗାଧର ଦାସଙ୍କୁ ତିହିଡ଼ି ବାସୀଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ତିହିଡ଼ି : ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ସମାଜସେବୀ ଗଙ୍ଗାଧର ଦାସଙ୍କୁ ବୁଧବାର ଅପରାହ୍ନରେ ତିହିଡ଼ି ବାସୀଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଯୁବ ସମାଜସେବୀ ସୀତାକାନ୍ତ ନାୟକଙ୍କ ଅବାହକତ୍ୱ ଏବଂ ଶିକ୍ଷାବିତ୍ ସୋମନାଥ ପାଢ଼ୀଙ୍କ ସଂଚାଳନାରେ ଏକ ଶ୍ରଦ୍ଧାଞ୍ଜଳି ସଭା ତିହିଡ଼ି ଟାଉନ ହଲ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ତିହିଡ଼ି ଅଞ୍ଚଳର ବହୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କ ସମେତ ଜନସାଧାରଣ ଯୋଗ ଦେଇ ସ୍ୱର୍ଗତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ । ଶିକ୍ଷକତାକୁ ବୃତ୍ତି କରିଥିବା ସ୍ୱର୍ଗତ ଦାସ ରାଜନୀତିରେ ପାଦ ଦେଇ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଦୁଇ ଦୁଇଥର ବିଧାୟକ ହୋଇ ବହୁ ଲୋକହିତକ କାର୍ଯ୍ୟ କରିବା ସହ ଶେଷ ପର୍ଯ୍ୟନ୍ତ ନିରାଡ଼ମ୍ବର ଜୀବନ ଯାପନ କରି ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କର ଅମାୟିକ ସ୍ୱଭାବ, ଜନହିତକର କାର୍ଯ୍ୟ ପାଇଁ ସେ ତିହିଡ଼ି ତଥା ଚାନ୍ଦବାଲିବାସୀଙ୍କ ନିକଟରେ ସ୍ମରଣୀୟ ହୋଇ ରହିବେ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ଅଧ୍ୟାପକ ବିଶ୍ୱରଂଜନ ଦାସ, ଶିକ୍ଷାବିତ୍ ନିତ୍ୟାନନ୍ଦ ମଲ୍ଲିକ, ଶିଶୁସାହିତ୍ୟିକ ଗୋବିନ୍ଦ ପ୍ରସାଦ ଭଟ୍ଟାଚାର୍ଯ୍ୟ, ସମାଜସେବୀ ପାର୍ଥସାରଥି ନାୟକ, ଶରତ କୁମାର ଦାସ, କମଳାକାନ୍ତ ଦାସ, ବିଶ୍ୱଜିତ୍ ବେହେରା, ବସନ୍ତ କୁମାର ଦାସ, କୈଳାସ ଚନ୍ଦ୍ର ବେହେରା, ମନୋଜ ପାଣିଗ୍ରାହୀ, ବିସ୍ମୟ ସାହୁ, ନିରଂଜନ ବାରିକ, ମୁକୁନ୍ଦଦେବ ନାୟକ, ଗୋଲୋକ ବୈୟାରୀ, ଦେବେନ୍ଦ୍ର ମହାଳିକ, ପୀତାମ୍ବର ସେଠୀ, ରବିନ୍ଦ୍ର କୁମାର ଦାସ, କୃତିବାସ ଜେନା, ପି. ହୃଷିକେଶ, ଅଜୟ ମହାପାତ୍ର, ଆଶୁତୋଷ କରଣ, ନିତ୍ୟାନନ୍ଦ ସେଠୀ, ରଘୁନାଥ ଜେନା, ରଘୁନାଥ ପାତ୍ର, ବିଶ୍ୱମୈତ୍ରୀ ନାୟକ, ସାମ୍ବାଦିକ ରାମନାରାୟଣ ନାୟକ ଓ ପ୍ରଭାତ ରାଉଳ ପ୍ରମୁଖ ଶତାଧିକ ଗଂଗାଧର ପ୍ରେମୀ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ ।
