କୁଡୁମୀ ଜାତି କୁ ଆଦିବାସୀ ମାନ୍ୟତା ଡ଼ିସେମ୍ବର ୧୨ ରେ ପାର୍ଲିଆମେଣ୍ଟ ଘେରିବ କୁଡୁମୀ ସେନା
ମୟୁରଭଞ୍ଜ : ବିଗତ ୧୯୫୦ ମସିହା ସେପ୍େଟମ୍ବର ୬ ତାରିଖ ଦିନ ଠାରୁ ଆଦିବାସୀ ମାନ୍ୟତା ହରାଇଥିବା କୁଡୁମୀ ଜାତି କୁ ଆଦିବାସୀ ବର୍ଗ ରେ ପୁନଃ ଅନ୍ତର୍ଭୁକ୍ତ କରିବା ଦାବି ରେ ଆସନ୍ତା ଡ଼ିସେମ୍ବର ୧୨ ତାରିଖ ରେ କୁଡୁମୀ ସେନା ପକ୍ଷ ରୁ ପାର୍ଲିଆମେଣ୍ଟ ଘେରାଓ କରାଯିବ ବୋଲି ଜଣାଯାଇଛି ।କୁଡୁମୀ ସେନା ର ପ୍ରତିଷ୍ଠାତା ଅଧକ୍ଷ ଶ୍ରୀ ଜୈମୁନୀ କୁମାର ମହାନ୍ତ ଏ ନେଇ ବାରିପଦା ଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ଏହି ଘେରାଓ କାର୍ଯ୍ୟକର୍ମ ରେ ଓଡିଶା ସମେତ ଝାରଖଣ୍ଡ ଏବଂ ପ. ବଙ୍ଗ ର କୁଡୁମୀ ଜନ ସାଧାରଣ ମଧ୍ୟ ଅଂଶ ଗ୍ରହଣ କରିବେ ବୋଲି ଶ୍ରୀ ମହାନ୍ତ କହିଛନ୍ତି । ଏହି ପରିପେକ୍ଷୀ ରେ ଆଜି ବାରିପଦା ଠାରେ ଉକ୍ତ ତିନୋଟି ରାଜ୍ୟ ର କୁଡୁମୀ ଆନ୍ଦାଳନକାରୀ ମାନଙ୍କ ର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ଶ୍ରୀ ଜୈମୁନୀ କୁମାର ମହାନ୍ତ ଅଧକ୍ଷତା କରିଥିବା ବେଳେ ଝାରଖଣ୍ଡ କୁଡୁମୀ ସେନା ର ଅଧକ୍ଷ ଶ୍ରୀ ଲାଲଟୁ ମାହାତୋ, ପ. ବଙ୍ଗ କୁଡୁମୀ ସମାଜ ଅଧକ୍ଷ ରାଜେଶ ମାହାତୋ ପ୍ରମୁଖ ଙ୍କ ସମେତ କୁଡୁମୀ ନେତା ସ୍ନେହାଶିଷ ମହାନ୍ତ, ବୀରେନ୍ଦ୍ର ମହାନ୍ତ, ମନୋଗୋବିନ୍ଦ ମହାନ୍ତ, ଘନ ମହାନ୍ତ, ଗୁଲସନ ମହାନ୍ତ, ଗୋବିନ୍ଦ ମହାନ୍ତ, ଖିରୋଦ ମହାନ୍ତ, ସୁମନ୍ତ ମହାନ୍ତ, ବିପିନ ମହାନ୍ତ, ଶିବାଜୀ ମହାନ୍ତ, ଓ ରାଜୁ ମହାନ୍ତ ଯୋଗ ଦେଇଥିଲେ । ପାର୍ଲିଆମେଣ୍ଟ ଘେରାଓ କାର୍ଯ୍ୟକର୍ମ ରେ ଓଡିଶା ରେ ବସବାସ କରିଥିବା କୁଡୁମୀ ଭାଇ ଭଉଣୀ ମାନେ ବହୁ ସଂଖ୍ୟା ରେ ଅଂଶ ଗ୍ରହଣ କରିବାକୁ ଉକ୍ତ ସମ୍ମିଳନୀ ଜରିଆ ରେ ଶ୍ରୀ ଜୈମୁନୀ କୁମାର ମହାନ୍ତ ନିବେଦନ କରିଥିଲେ ।
