ମର୍ମନ୍ତୁଦ ସଡକ ଦୁର୍ଘଟଣା! ଅଟୋକୁ ପିଟିଲା ମିନିଟ୍ରକ୍ : ଜଣେ ମୃତ, ୨ ଗୁରୁତର
କଟକ : କଟକ-ଚାନ୍ଦବାଲି ରାସ୍ତାର ନନ୍ଦୋଳଗଡା ନିକଟରେ ଦେଖିବା ମିଳିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭୁବନେଶ୍ବରରୁ କେନ୍ଦ୍ରାପଡା ଛତା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା। ଏକ ଅଟୋ ସହ ବିପରୀତ ଦିଗରୁ ଆସୁଥିବା ମିନିଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି ।
ସୂଚନା ଯେ, ଭୁବନେଶ୍ବରରୁ କେନ୍ଦ୍ରାପଡା ଛତା ଅଭିମୁଖେ ଯାଉଥିବା ବେଳେ ଅଟୋ ସହ ବିପରୀତ ଦିଗରୁ ଆସୁଥିବା ମିନିଟ୍ରକ୍ ମୁହାଁମୁହିଁ ଧକ୍କା ଦେଇଥିଲା । ଯାହା ଫଳରେ ଅଟୋରେ ଯାଉଥିବା ୪ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହେବା ସହ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଉକ୍ତ ଗାଡିଟିକୁ ଜବତ କରିବା ସହ ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଛି । ମୃତ ବ୍ୟକ୍ତିଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି ।
