ଦୁଃଖଦ ଘଟଣା ; ପିଚୁ କଡ଼େଇରେ ପଡ଼ି ୩ ଶିଶୁ ଗୁରୁତର
କେନ୍ଦୁଝର : କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କନକନା ଗାଁରେ ଦୁଃଖଦ ଘଟଣା ଘଟିଛି। ପିଚୁ କଡ଼େଇରେ ପଡ଼ି ୩ ଶିଶୁ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଯେ, କନକନା ଗାଁର ରାସ୍ତା କାମ ଚାଲୁଥିଲା। ଗତ ଶନିବାର ହୋଲି ପାଇଁ ରାସ୍ତା କାମ ବନ୍ଦ ଥିଲା। ରବିବାର ସକାଳେ ରାସ୍ତାକଡ଼ରେ ଥିବା ପିଚୁ କଡ଼େଇ ନିକଟରେ କିଛି ପିଲା ଖେଳୁଥିଲେ। ଖେଳୁ ଖେଳୁ ଦୁଇ ଜଣ ପିଲା ଆସାବଧାନ କାରଣରୁ ସେମାନେ ପିଚୁ କଡ଼େଇରେ ପଡ଼ି ଯାଇଥିଲେ। ଆଉ ଜଣେ ପିଲା ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ପଡ଼ିଯାଇଥିଲେ। ଗାଁ ଲୋକେ କିରୋସିନ ଢ଼ାଳି ପିଲାମାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଠିକାଦାର କାମ ସାରିବା ପରେ ପିଚୁ କଡ଼େଇକୁ ଢାଙ୍କି ନଥିଲା। ଫଳରେ ପିଲାମାନେ ପିଚୁ କଡ଼େଇରେ ପଡ଼ିଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
