ସଂଘବଦ୍ଧ ଆକ୍ରମଣରେ ପୁଅ ମୃତ, ବାପା ଗୁରୁତର
ବଡ଼ବିଲ : କେନ୍ଦୁଝର ଜିଲା ଯୋଡ଼ାରେ ସଂଘବଦ୍ଧ ଆକ୍ରମଣ । ଏଥିରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ବାପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ଶନିବାର ବିଳମ୍ବିତ ରାତିରେ କେନ୍ଦୁଝର ଜିଲା ଯୋଡ଼ାରେ ଅଭାବନୀୟ ଘଟଣା ଘଟିଛି । ପୂର୍ବ ଗଣ୍ଡଗୋଳକୁ କେନ୍ଦ୍ର କରି ଜଣଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ଯୋଡ଼ାବାଚୁହଟିଂର ନେପାଳ ତନ୍ତୀ ବୋଲି ଜଣାପଡିଛି । ନେପାଳ ନାଁରେ ଅନେକ ଅପରାଧୀକ ମାମଲା ରହିଥିବା ସୂଚନା ମିଳିଛି । ଯୋଡା ପୋଲିସ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛି ।
