ଆଜି ଓ ଆସନ୍ତାକାଲି ପର୍ଯ୍ୟଟକଙ୍କୁ ଗୋପାଳପୁର ବେଳାଭୂମି ମନା
ବ୍ରହ୍ମପୁର : ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଆଗୁଆ ପଦକ୍ଷେପ ନେଇଛି ଜିଲା ପ୍ରଶାସନ । ଦୁଇ ଦିନ ଧରି ବନ୍ଦ ରହିବ ଗୋପାଳପୁର ବେଳାଭୂମି । ମଙ୍ଗଳବାର ଓ ବୁଧବାର ଗୋପାଳପୁର ସମୁଦ୍ର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ମନା ହୋଇଛି ।
ସେହିପରି ତାରାତାରିଣୀ ମନ୍ଦିର ମଧ୍ୟ ୧୦ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଆସନ୍ତା ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ତାରାତାରିଣୀ ମନ୍ଦିରର ପ୍ରତିଷ୍ଠା। ମନ୍ଦିରର ପ୍ରତିଷ୍ଠା ପାଇଁ ବର୍ତ୍ତମାନ ପ୍ରସ୍ତୁତି ଜାରି ରହିଛି। ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।
