ଆଇନ ଶୃଙ୍ଖଳା କ୍ଷେତ୍ରରେ ରାଜ୍ୟର ଶ୍ରେଷ୍ଠ ଜିଲା ଗଞ୍ଜାମ, ପୁରସ୍କାର ଗ୍ରହଣ କଲେ ଜିଲାପାଳ
ନୂଆଦିଲ୍ଲୀ : ଇଣ୍ଡିଆ ଟୁଡେ ଗ୍ରୁପର ଷ୍ଟେଟ ଅଫ ଦି ଷ୍ଟେଟ ଓଡ଼ିଶା କନକ୍ଲେଭରେ ଗଞ୍ଜାମ ଜିଲା ପୁରସ୍କୃତ ହୋଇଛି । ଆଇନ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ରାଜ୍ୟର ଶ୍ରେଷ୍ଠ ଜିଲା ବିବେଚିତ ହୋଇଛି ଗଞ୍ଜାମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପୁରସ୍କାର ଗ୍ରହଣ କରିଛନ୍ତି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ । ବ୍ରହ୍ମପୁର ଏସପି ପିନାକ ମିଶ୍ର ଓ ଗଞ୍ଜାମ ଏସପି ବ୍ରଜେଶ ରାୟ ବି ଜିଲାପାଳଙ୍କ ସହ ପୁରସ୍କାର ଗ୍ରହଣ କରିଛନ୍ତି ।
