ଟୋକିଓ ଅଲିମ୍ପିକ୍ସ : ଭାରତୀୟ ଆଥଲେଟ୍ଙ୍କ ଆଜିର ଖେଳସୂଚୀ
ଟୋକିଓ : ଆଜ ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ୧୫ତମ ଦିବସ । ଆଜି ଭାରତ ପାଇଁ ବହୁତ ଖାସ୍ ହେବାକୁ ଯାଉଛି। ବ୍ରୋଞ୍ଚ ପଦକ ପାଇଁ ବ୍ରିଟେନ୍ ସହିତ ଲଢେଇ କରିବ ଭାରତୀୟ ମହିଳା ହକି ଦଳ। ପୁରୁଷ ହକି ଟିମ୍ ପରି ମହିଳା ହକି ଟିମ୍ ମଧ୍ୟ ପଦକ ଜିତିବା ଆଶାରେ ରହିଛି । ଟୋକିଓ ଅଲିମ୍ପିକର ୧୪ ତମ ଦିନରେ ଭାରତୀୟ ପୁରୁଷ ହକି ଦଳ ଜର୍ମାନୀକୁ ହରାଇ ଅଲିମ୍ପିକ ଇତିହାସରେ ୪୧ ବର୍ଷ ପରେ ପଦକ ବିଜୟୀ ହୋଇଛି । ହକି ବ୍ୟତୀତ ବାକି ଖେଳରେ ଭାରତକୁ ପଦକ ମିଳିଛି । କୁସ୍ତିରେ ରବି ଦାହିୟାଙ୍କୁ ରୌପ୍ୟ ପଦକ ମିଳିଛି ।ତେବେ ଆସନ୍ତୁ ଜାଣିବା ୧୫ମ ଦିନର ପୂରା କାର୍ଯ୍ୟସୂଚୀ :
ଆଥଲେଟିକ୍ସ : ଗୁରପ୍ରୀତ ସିଂହ (ପୁରୁଷ ୫୦କିମି ଚାଲି ଫାଇନାଲ୍) ସମୟ : ରାତି ୨.୦୦
ଗଲ୍ଫ : ଦୀକ୍ଷା ଡଗର (ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ୍ ପ୍ଲେ ତୃତୀୟ ରାଉଣ୍ଡ)ସମୟ: ସକାଳ ୫.୨୯
ଗଲ୍ଫ : ଅଦିତି ଅଶୋକ (ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ୍ ପ୍ଲେ ତୃତୀୟ ରାଉଣ୍ଡ) ସମୟ : ସକାଳ ୫.୪୮
ମହିଳା ହକି : ଭାରତ ବନାମ ବ୍ରିଟେନ (ବ୍ରୋଞ୍ଜ ପଦକ ମ୍ୟାଚ୍)ସମୟ: ସକାଳ ୭.୦୦
ସଲିଂ : ସୀମା ବିସ୍ଲା (ମହିଳା ୫୦କିଲୋ ଫ୍ରି-ଷ୍ଟାଇଲ୍)ସମୟ: ସକାଳ ୮.୦୭ରେ
ସଲିଂ : ବଜରଙ୍ଗ ପୁନିଆ (ପୁରୁଷ ୬୫କିଲୋ ଫ୍ରି-ଷ୍ଟାଇଲ୍)ସମୟ : ସକାଳ ୮.୪୯
ଆଥଲେଟିକ୍ସ : ଭାବନା ଜାଟ, ପ୍ରିୟଙ୍କା ଗୋସ୍ୱାମୀ (ମହିଳା ୨୦କିମି. ଚାଲି ଫାଇନାଲ୍), ସମୟ : ମଧ୍ୟାହ୍ନ ୧.୦୦
ଆଥଲେଟିକ୍ସ : ଅମୋଜ ଜାକବ, ପି ନାଗାନାଥନ, ରାଜୀବ ଆରୋକିଆ, ନୋଆ ନିର୍ମଳ ଟମ୍, ମହମ୍ମଦ ଆନସ ୟାହିୟା (ପୁରୁଷ ୪ ଗୁଣା ୪୦୦ମିଟର ରିଲେ, ହିଟ୍-୨), ସମୟ: ଅପରାହ୍ଣ ୫.୦୭
