ଟୋକିଓ ଅଲିମ୍ପିକ୍ସ: ଆଜି ବକ୍ସିଂରେ ଭାରତୀୟ ମହିଳା ବକ୍ସର ଲଭଲୀନା-ବୁସେନାଜଙ୍କ ମୁକାବିଲା
ଟୋକିଓ : ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ଆଜି ଭାରତୀୟ ମହିଳା ବକ୍ସର ଲଭଲୀନା ବାର୍ଗୋହେନ୍ ଏବଂ ଚମ୍ପିଅନ୍ ବୁସେନାଜ ସୁରମେଲୀଙ୍କ ମୁକାବିଲା ହେବେ ୬୯ କିଲୋ ବର୍ଗ ଭାରବର୍ଗରେ ଲଭଲୀନା ପୂର୍ବରୁ କାଂସ୍ୟ ପଦକ ସୁନିଶ୍ଚିତ କରିସାରିଛନ୍ତି । ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ଆଜିର ମୁକାବିଲାରେ ସଫଳତା ହାସଲ କରି ସେ ଫାଇନାଲକୁ ଯିବାକୁ ଉଦ୍ୟମ କରିବେ । ଏହି ଆଜିର ସଫଳତା ମିଳିବା ପରେ ସେ ଏହି ବର୍ଗରେ ଫାଇନାଲ ପହଂଚିବାରେ ପ୍ରଥମ ମହିଳା ହୋଇପାରିବେ ।
