ଟୋକିଓ ଅଲିମ୍ପିକ୍ସ : ଜାଭେଲିନ୍ ଫାଇନାଲରେ ପ୍ରବେଶ କଲେ ନୀରଜ
ନୂଆଦିଲ୍ଳୀ : ଟୋକିଓ ଅଲିମ୍ପିକ୍ସର ବୁଧବାର ଦ୍ୱାଦଶ ଦିବସରେ ଭାରତର ଷ୍ଟାର ଆଥଲେଟ ନୀରଜ ଚୋପ୍ରା ଦମଦାର ପ୍ରଦର୍ଶନ କରିଛନ୍ତି । ପୁରୁଷ ବର୍ଗ ଜାଭେଲିନ୍ ଥ୍ରୋ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ୮୬.୬୫ ମିଟର ଥ୍ରୋ କରି ଗ୍ରୁପ-ଏ ର ଶୀର୍ଷରେ ରହିବା ସହତି ଜାଭେଲିନ୍ ଫାଇନାଲକୁ ପ୍ରବେଶ କରିଛନ୍ତି ନୀରଜ ।
.@Neeraj_chopra1 made entering an Olympic final look so easy! ??
— #Tokyo2020 for India (@Tokyo2020hi) August 4, 2021
Neeraj’s FIRST attempt of 86.65m in his FIRST-EVER #Olympics was recorded as the highest in men’s Group A, beating @jojo_javelin‘s 85.64m ?#StrongerTogether | #UnitedByEmotion | #Tokyo2020 | #BestOfTokyo pic.twitter.com/U4eYHBVrjG
ଏପର୍ଯ୍ୟନ୍ତ ସମସ୍ତ ଜାଭଲିନ୍ ଥ୍ରୋରେ ଏହା ହେଉଛି ଶ୍ରେଷ୍ଠ ପ୍ରଦର୍ଶନ । ଯାହାଫଳରେ ଭାରତ ପାଇଁ ଆଉ ଏକ ପଦକ ଆଶା ଉଜ୍ଜବୀତ ହୋଇଛି। ସେହିପରି ଗ୍ରୁପ୍-ବିରେ ଥିବା ଶିବପାଲଙ୍କ ଉପରେ ମଧ୍ୟ ନଜର ରହିଛି। ଶିବପାଲ ପ୍ରଥମ ପ୍ରୟାସରେ ୭୪.୬୦ ମିଟର ଥ୍ରୋ କରି ଗ୍ରୁପର ୫ମ ସ୍ଥାନରେ ଅଛନ୍ତି। ଆଉ ୨ଟି ଥ୍ରୋ ବାକି ଥିବାବେଳେ ଶିବପାଲଙ୍କ ଉପରେ ରହିଛି ସମସ୍ତଙ୍କ ନଜର।
