ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ, ରାଙ୍କ ପାଇଲେ ୪୯,୨୭୯ ଛାତ୍ରଛାତ୍ରୀ
ଭୁବନେଶ୍ୱର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ର ରେଜଲ୍ଟ ବୁଧବାର ପ୍ରକାଶ ପାଇଛି । ଏହି ପରୀକ୍ଷାରେ ମୋଟ ୪୯,୩୬୦ ଜଣ ଙ୍କ ମଧ୍ୟରୁ ୪୯ ହଜାର ୨୭୯ ଜଣ ଛାତ୍ରଛାତ୍ରୀଙ୍କୁ ରାଙ୍କ ମିଳିଛି । ପିଲାମାନେ www.ojee.nic.in ଓ www.odishajee.com ୱେବସାଇଟ୍ ରୁ ନିଜର ରାଙ୍କ ଜାଣିପାରିବେ । ବୁଧବାର ଅପରାହ୍ନରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓଜେଇଇ-୨୦୨୧ର ରେଜଲ୍ଟ ପ୍ରକାଶ କରିଛନ୍ତି । ବି. ଫାର୍ମରେ ଲକ୍ଷ୍ମୀପ୍ରିୟା ସେନାପତି, ଏଲ୍ଇ.ଟେକ୍ (ଡିପ୍ଲୋମା) ରେ ପିଙ୍କିରାଣୀ ସାହୁ, ଏଲ୍ଇ.ଟେକ୍ (ବିଏସ୍ସି)ରେ ଦୀପକ ସା, ଏଲ୍ଇ.ଫାର୍ମାରେ ଗୁଣାକର ସାହୁ, ବି.ଟେକ୍ (ସ୍ପେଶାଲ)ରେ ପିୟୁଷ ଚନ୍ଦୁକା, ଏମ୍ବିଏରେ ଆଶୁତୋଷ ରଥ, ଏମ୍ସିଏରେ ନିଶିକାନ୍ତ ପରିଡ଼ା, ଇଂଟିଗ୍ରେଟେଡ ଏମ୍ବିଏରେ ରୁଦ୍ର ପ୍ରସାଦ ରଥ, ଏମ୍.ଫାର୍ମାରେ କେ ସଂଜନା ସୁବୁଦ୍ଧି, ଏମ୍ ଆର୍କିଟେକ୍ ରେ ପ୍ରଣବ ଚନ୍ଦ୍ର ବିନ୍ଧାଣୀ, ଏମ୍ ପ୍ଲାନରେ ବିଶ୍ୱଜିତ ସ୍ୱାଇଁ ଟପ୍ପର ହୋଇଛନ୍ତି ।
ସେହିପରି ଏମ୍.ଟେକ୍ ସିଭିଲରେ ସୌମ୍ୟା ସାହୁ, ଇଲେକ୍ଟ୍ରିକାଲରେ ସତ୍ୟବ୍ରତ ସାହୁ, ମେକାନିକାଲରେ ମଳୟ କୁମାର ଓଝା, କମ୍ପ୍ୟୁଟର ସାଇନ୍ସରେ ସୌମ୍ୟ ସଂକେତ ପାତ୍ର, ଇଲେକଟ୍ରୋନିକ ଆଣ୍ଡ କମ୍ୟୁନିକେଶନରେ ଦୀପକ କୁମାର ପୃଷ୍ଟି, କେମିକାଲ ଇଞ୍ଜିନିୟରିଂରେ ସମ୍ବିତ ନାୟକ, ମେଟାଲୁରଜିକାଲରେ ସମ୍ବିତ କୁମାର ସାହୁ, ଏନଭରମେଂଟାଲରେ ଅମିତ କର, ବାଓଟେକ୍ନୋଲୋଜିରେ ସୁସ୍ମିତା ପତି, ପ୍ଲାଷ୍ଟିକରେ ସାଇସ୍ୱପା୍ନ ରାଉତରାୟ ଓ ଟେକ୍ସଟାଇଲରେ ଅଜିତ କୁମାର ସାହୁ ଟପ୍ପର ହୋଇଛନ୍ତି । ସୂଚନାଯୋଗ୍ୟ ଯେ କମ୍ପ୍ୟୁଟର ବେସ୍ ଟେଷ୍ଟ (ସିବିଟି) ମାଧ୍ୟମରେ ଚଳିତ ମାସ ୬ରୁ ୧୮ ତାରିଖ ମଧ୍ୟରେ ଜେଇଇଇ ପରୀକ୍ଷା ହୋଇଥିଲା । ମୋଟ ୧୨ଟି ବିଷୟରେ ୬୫ ହଜାର ୭୬୩ ଜଣ ପିଲା ନିଜର ନାମ ପଂଜୀକରଣ କରିଥିବା ବେଳେ ସେଥିରୁ ୪୯ ହଜାର ୩୬୦ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ । ରାଜ୍ୟର ୩୦ଟି ସହରରେ ୫୭ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ଏତଦ୍ ବ୍ୟତୀତ କୋଲକାତା, ରାଂଚି ଓ ପାଟଣାରେ ମଧ୍ୟ ପରୀକ୍ଷା ସେଂଟର ବ୍ୟବସ୍ଥ ହୋଇଥିଲା ।
