ରାଜ୍ୟରେ ଆଉ ୪୬୭ କରୋନା ସଂକ୍ରମିତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ବୁଧବାର ଆଉ ୪୬୭ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୧୨ହଜାର ୫୮୩ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୯୩ ଜଣ ଥିବାବେଳେ କଟକରୁ ୪୪, ଜଗତସିଂହପୁରରୁ ୨୯, ବାଲେଶ୍ୱରରୁ ୨୮, ଯାଜପୁରରୁ ୨୨, ଅନୁଗୁଳରୁ ୧୪, ମୟୂରଭଂଜ, ପୁରୀରୁ ୧୩-୧୩, ଭଦ୍ରକରୁ ୧୨, ଗଜପତିରୁ ୧୦, ସମ୍ବଲପୁରରୁ ୭, ଗଞ୍ଜାମରୁ ୬, କେନ୍ଦ୍ରାପଡ଼ାରୁ ୬, ରାୟଗଡ଼ାରୁ ୫, କନ୍ଧମାଳରୁ ୪, ଝାରସୁଗୁଡ଼ାରୁ ୩, କୋରାପୁଟ, ସୁନ୍ଦରଗଡ଼ରୁ ୨-୨, କଳାହାଣ୍ଡି, କେନ୍ଦୁଝର, ନବରଂଗପୁର, ନୟାଗଡ଼ରୁ ଜଣେ ଲେଖାଏଁ ଓ ରାଜ୍ୟ ପୁଲରୁ ୪୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।
