ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ : ଜାଣନ୍ତୁ କିପରି ରହିବେ ସୁସ୍ଥ, ଆପଣାନ୍ତୁ ଏହି ୫ଟି ଟିପ୍ସ
ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏପ୍ରିଲ ୭କୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରାଯାଇଥାଏ । ଏହାର ଉଦ୍ଦେଶ୍ୟ ଲୋକ ମାନଙ୍କର ଶରୀର କିପରି ସୁସ୍ଥ ରହିବ ସେ ସଂପର୍କରେ ଜାଗ୍ରତ କରାଯାଏ । ୧୯୪୮ ମସିହାରେ ପ୍ରଥମ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲା । ଏହା ପରେ ପ୍ରତି ବର୍ଷ ୧୯୫୦ ମସିହା ଏପ୍ରିଲ ୭ରେ ଏହି ଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରାଯାଏ । ଏହି ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ସୁସ୍ଥ୍ୟ ରହିବା ପାଇଁ କିଛି ଟିପ୍ସ ଆସନ୍ତୁ ଜାଣିବା…
୧/- ଅଧିକ ମାତ୍ରାରେ ପାଣି ପିଇବା :
ସୁସ୍ଥ ରହିବା ପାଇଁ ଅତ୍ୟଧିକ ମାତ୍ରାରେ ପାଣି ପିଇବା ଆବଶ୍ୟକ । ପାଣି ପିଇବା ଦ୍ୱାରା ଶରୀର ଠିକ ଭାବରେ କାମ କରିଥାଏ । ଜଣେ ବ୍ୟକ୍ତି ଦିନକୁ ୨ ଲିଟର ପାଣି ପିଇବା ଆବଶ୍ୟକ ।
୨/- ଫଳ କିମ୍ବା ସବୁଜ ପରିବା ଖାଇବା :
ଫଳ ଏବଂ ସବୁଜ ପରିବାରେ ଭରପୁର ମାତ୍ରାରେ ଭିଟାମିନ, ମିନେରାଲ ଏବଂ ଫାଇବର ରହିଥାଏ । ସୁସ୍ଥ ରହିବା ପାଇଁ ପ୍ରତିଦିନ ୫ଟି ଫଳ ଖାଆନ୍ତୁ । ସକାଳ ଜଳଖିଆରେ ଫଳ କିମ୍ବା ଜୁସ ଖାଆନ୍ତୁ ।
୩/- ଖାଦ୍ୟରେ ଲୁଣ ଏବଂ ଚିନିର ପରିମାଣ କମ କରନ୍ତୁ :
ଖାଦ୍ୟରେ ଲୁଣ ଏବଂ ଚିନିର ପରିମାଣ ଅଧିକ ରହିବା ଦ୍ୱାରା ରକ୍ତଚାପ ରୋଗ ସହ ହାର୍ଟହାଟାକ ଭଳି ମାରାତ୍ମକ ରୋଗ ହୋଇଥାଏ । ଚିନି ଖାଦ୍ୟର ସ୍ୱାଦ ବଢାଇବା ବେଳେ ଏହା ଶରୀର ପାଇଁ ହାନିକାରକ ହୋଇଥାଏ । ଏଥିପାଇଁ ଖାଦ୍ୟରେ ଚିନି ଏବଂ ଲୁଣର ପରିମାଣ କମ କରନ୍ତୁ ।
୪/- ଶରୀରର ଓଜନକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ :
ସୁସ୍ଥ ଜୀବନେଶୈଳୀ ପାଇଁ ଓଜନ ନିଜ ନୟନ୍ତ୍ରଣରେ ରଖିବା ନିତ୍ୟାନ୍ତ ଆବଶ୍ୟକ । ଓଜନ ବଢିବା ଏକ ମାରାତ୍ମକ ରୋଗର କାରଣ ହୋଇପାରେ । ଡାଇବେଟିସ, ହାର୍ଟହାଟାକ, ଏବଂ କ୍ୟାନସର ଭଳି ମାରାତ୍ମକ ରୋଗର ମାତ୍ରା ବଢିଯାଇଥାଏ । ଏଥିପାଇଁ ସୁସ୍ଥ ରହିବା ପାଇଁ ସବୁବେଳେ ନିଜର ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ ।
୫/- ଶୋଇବା ଠିକ କରନ୍ତୁ :
ସୁସ୍ଥ ରହିବା ପାଇଁ ପ୍ରତିଦିନ ୭ରୁ୮ ଘଣ୍ଟା ଶୋଇବା ଆବଶ୍ୟକ । ସୁସ୍ଥ ଶରୀର ପାଇଁ ଭରପୁର ମାତ୍ରାରେ ଶୋଇବା ଆବଶ୍ୟକ । ଶୋଇବା କମ ହେବା ଦ୍ୱାରା ମଧୁମେହ ରୋଗ, ଓଜନ ବଢିବା ଦେଖାଯାଇଥାଏ । ଶୋଇବା ଦ୍ୱାରା ଆମର ମସ୍ତିଷ୍କ ଠିକ ଭାବରେ କାମ କରିବା ସହ ପାଚନ କ୍ରିୟା ଠିକ ସେ ହୋଇଥାଏ ।
