ଆଜି ୭୫ତମ ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ଚଳିତବର୍ଷର ଥିମ “ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ : ସମସ୍ତେ, ପ୍ରତ୍ୟେକ ସ୍ଥାନରେ”
ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଚଳିତବର୍ଷ ପାଳନ କରାଯିବ ୭୫ତମ ବିଶ୍ୱ ସ୍ୱାସ୍ଥ୍ୟ ଦିବସ l ସେହିପରି ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି “ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ : ସମସ୍ତେ, ପ୍ରତ୍ୟେକ ସ୍ଥାନରେ” ।
‘ହେଲ୍ଥ ଇଜ ୱେଲଥ୍’ ଅର୍ଥାତ୍ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ କୁହାଯାଇଥାଏ। ଏହି ଉକ୍ତିଟି କେବଳ ମଣିଷଜଗତ ପାଇଁ ପ୍ରଯୁଜ୍ୟ ତାହା ନୁହେଁ ସମଗ୍ର ଜୀବଜଗତ ପାଇଁ ଏହା ଅତ୍ୟନ୍ତ ଜରୁରୀ। କୌଣସି କାର୍ଯ୍ୟକୁ ସୁଫଳ କରିବାକୁ ହେଲେ ପ୍ରଥମେ ଶରୀର ଓ ମନକୁ ସୁସ୍ଥ ରଖିବାକୁ ପଡ଼ିବ।
ସ୍ୱାସ୍ଥ୍ୟ ମଣିଷର ଏକ ମୌଳିକ ଆବଶ୍ୟକତା ଓ ଅଧିକାର ମଧ୍ୟ। ଦେହ ଓ ମନ ଭଲ ନରହିଲେ, ମଣିଷ ଠିକ୍ ଭାବରେ ଜୀବନ ଧାରଣ କରିପାରିବ ନାହିଁ । ସ୍ୱାସ୍ଥ୍ୟ କେବଳ ଶାରିରୀକ ସୁସ୍ଥତାକୁ ବୁଝାଏ ନାହିଁ, ମାନସିକ ଓ ସାମାଜିକ ସୁସ୍ଥତାକୁ ମଧ୍ୟ ବୁଝାଏ । ଯଦି ଜଣେ ବ୍ୟକ୍ତି ଏହି ତିନୋଟିର ଅଧିକାରୀ ହୋଇଥିବ ତେବେ ତାକୁ ଆମେ ସୁସ୍ଥ ବୋଲି କହିପାରିବା । ସ୍ୱାସ୍ଥ୍ୟ ପ୍ରତି ସମସ୍ତେ ସଜାଗ ହେବା ଆବଶ୍ୟକ ହୋଇପଡୁଛି।
ସ୍ୱାସ୍ଥ୍ୟ ପାଇଁ ଜାଣି ରଖନ୍ତୁ କିଛି ଅଜଣା କଥା…
ସୁଷମ ଓ ନିରାପଦ ଖାଦ୍ୟ ମଣିଷ ପାଇଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା। ଏବେବି ସମଗ୍ର ଜନସଂଖ୍ୟାର ୧୦ ପ୍ରତିଶତ ଲୋକ ଭୋକରେ କବତିଳ ହେଉଥିବା ସୂଚନା ରହିଛି। ଯଥେଷ୍ଟ ପରିମାଣର ଅର୍ଥ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଏବଂ ପ୍ରଦୂଷଣ କମ୍ କରିବା ପାଇଁ ଖର୍ଚ୍ଚ ହେବା ଆବଶ୍ୟକ। ଯାହାଦ୍ୱାରା ପରିବେଷ ଭଲ ରହିଲେ ହିଁ ଆମ ସ୍ୱାସ୍ଥ୍ୟ ମଧ୍ୟ ରହିବ। ଜଳ ମଧ୍ୟ ପ୍ରଦୂଷିତ ହେବାରେ ଲାଗିଛି।
ଯାହା ଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ଜନସାଧାରଣଙ୍କୁ ପାନୀୟ ଜଳ ପାଇଁ ଫିଲଟର ଓ ଜଳବିଶୋଧନ ଯନ୍ତ୍ର ଉପରେ ନିର୍ଭର କରିବାକୁ ପଡୁଛି। ଜଳବାୟୁ ପରିବର୍ତ୍ତନ ମଧ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା ହୋିପହୁଛି। ୯୦ ପ୍ରତିଶତରୁ ଅଧିକ ଜନସାଧାରଣ ଅସ୍ୱାସ୍ଥ୍ୟକର ପରିବେଶର ବାୟୁ ନିଶ୍ୱାସରେ ନିଅନ୍ତି। ଆମ ପୃଥିବୀ ସହିତ ଜଡିତ ଆମର ସ୍ୱାସ୍ଥ୍ୟର ଗଭୀର ସମ୍ୱନ୍ଧ ରହିଛି। ପୃଥିବୀର ଜଳବାୟୁ, ପରିବେଶ, ତାପମାତ୍ରା, ପ୍ରଦୂଷଣ, ଯୁଦ୍ଧ ବିଭୀଷିକା, ଖାଦ୍ୟ, ଜଳ, ଅମ୍ଲଜାନ, ଇଲେକ୍ଟ୍ରୋନିସ୍କ ଏଥିସହ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ସ୍ୱାସ୍ଥ୍ୟ ରକ୍ଷା ସହିତ ଜଡିତ ରହିଛି। ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ସରକାରଙ୍କ ପ୍ରାଥମିକତା ପାଲଟିଛି ।
ସ୍ୱାସ୍ଥ୍ୟ ଭିତିଭୂମିକୁ ସଜାଡିବା ପାଇଁ ପ୍ରତିବର୍ଷ ସ୍ୱାସ୍ଥ୍ୟ ବଜେଟରେ ଆଖିଦୃଷିଆ ବ୍ୟୟବରାଦ ମଧ୍ୟ କରାଯାଉଛି । ତେବେ ନିଜର ଏବଂ ନିଜ ପରିବାର ସ୍ୱାସ୍ଥ୍ୟ କିପରି ସଠିକ ରହିବ ସେନେଇ ନିଜେ ହିଁ ସଜାଗ ହେବା ଆବଶ୍ୟକ ହୋଇପଡଛି ।
