ଆଜି ‘ବିଶ୍ୱ ପୃଥିବୀ ଦିବସ’ : ଆସ ଶପଥ ନେବା, ଆମ ପୃଥିବୀକୁ ସୁରକ୍ଷା ଦେବା
ଆଜି ଏପ୍ରିଲ ୨୨। ଏହି ତାରିଖକୁ ଆର୍ଥ ଡେ’ ବା ‘ବିଶ୍ୱ ପୃଥିବୀ ଦିବସ’ ଭାବେ ପାଳନ କରାଯାଉଛି। ସମଗ୍ର ବିଶ୍ୱରେ ପରିବେଶ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବାକୁ ‘ପୃଥିବୀ ଦିବସ’ ପାଳନ କରାଯାଏ। ଏହି ଦିବସର ମୂଳ ଉଦ୍ଦେଶ୍ୟ ପୃଥିବୀକୁ ରକ୍ଷା କରିବା। ଏହି ଦିନ ପରିବେଶକୁ ସୁରକ୍ଷା ଦେବା ପାଇଁ ଲୋକେ ସଂକଳ୍ପ କରିଥାନ୍ତି। ପଲିଥିନ, କାଗଜର ବ୍ୟବହାର ବନ୍ଦ କରିବା ସହ ପ୍ରଦୂଷଣ କମ୍ କରିବାକୁ ଓ ଗଛ ଲଗାଇବାକୁ ଲୋକଙ୍କୁ ଏହି ଦିବସ ମାଧ୍ୟମରେ ବାର୍ତ୍ତା ଦିଆଯାଇଥାଏ। ଯଦି ଆମେ ବର୍ତ୍ତମାନ ଦେଖିବା,ବୈଶାଖ ମାସ ଆରମ୍ଭ ନହେଉଣୁ ପ୍ରଚଣ୍ଡ ଖରାରେ ସନ୍ତୁଳି ହୋଇଯାଉଛନ୍ତି ଜୀବମଣ୍ଡଳ। ପ୍ରକୃତି ଯେମିତି ନିଜର ଅସ୍ତିତ୍ୱ ହରାଉଛି । ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଜଳବାୟୁ ସଙ୍କଟ।
ଏବାବଦରେ ବିଶ୍ୱବାସୀଙ୍କୁ ସଚେତନ କରିବାକୁ ୧୯୭୦ ମସିହାରେ ପ୍ରଥମେ ଆମେରିକାରେ ବିଶ୍ୱ ପୃଥିବୀ ଦିବସ ବା ଆର୍ଥ ଡ଼େ ପାଳନ କରାଯାଇଥିଲା। ପରିବେଶବିତ୍ ତଥା ଆମେରିକାର ସିନେଟର୍ ଗେଲର୍ଡ ନେଲସନ ପ୍ରଥମେ ଏହି ଦିବସ ପାଳନ କରିଥିଲେ। ପରେ ୧୯୯୦ ମସିହାରେ ପୃଥିବୀର ୧୪୧ ଦେଶରେ ଏହି ଦିବସ ପାଳନ କରାଯାଇଥିଲା। ବର୍ତ୍ତମାନ ବିଶ୍ୱର ପ୍ରାୟ ୧୯୫ଟି ଦେଶରେ ପୃଥିବୀ ଦିବସ ପାଳିତ ହେଉଛି। ଆମେରିକା ଏହି ଦିବସକୁ ବୃକ୍ଷ ଦିବସ ଭାବେ ପାଳନ କରିଥାଏ।
ବର୍ତ୍ତମାନ ଜଳବାୟୁର ସୁରକ୍ଷା ସମଗ୍ର ବିଶ୍ୱପାଇଁ ଚିନ୍ତାର କାରଣ ପାଲଟିଛି। କାରଣ ବିଶ୍ୱତାୟନ ପ୍ରକ୍ରିୟା ଫଳରେ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଘଟୁଛି। ଆମ ପୃଥିବୀର ଯେଉଁ ସୌନ୍ଦର୍ଯ୍ୟ ରହିଥିଲା ସେହି ସୌନ୍ଦର୍ଯ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛି। ସତେ ଯେମିତି ପ୍ରକୃତି ସହିତ ଶୀତଳ ଯୁଦ୍ଧ ଚାଲିଛି। ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱରେ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ଆଉ ଠିକ୍ ସମୟରେ ଋତୁ ଆସୁନି। ଠିକ୍ ସମୟରେ ବର୍ଷା ହେଉନି, ଆଉ ଯେତେବେଳେ ବି ହେଉଛି ତାହା କରାଳ ରୂପ ନେଇ ତାଣ୍ଡବ ରଚୁଛି। ଫଳରେ କେତେବେଳେ ମରୁଡି ଆଉ କେତେବେଳେ ବନ୍ୟା ଭିତରେ ଛଟପଟ ହେଉଛି ମଣିଷ। ଗତ ବର୍ଷ ଅଗଷ୍ଟ ମାସରେ ଇଣ୍ଟରଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଟ୍ ଚେଞ୍ଜ ଷଷ୍ଠ ଆସେସମେଣ୍ଟ ରିପୋର୍ଟ ରେ ପ୍ରକାଶ କରିଛି ଯେ ଯାହା ମାନବ ସମାଜ ପାଇଁ ‘ଲାଲ ସଙ୍କେତ’ ବୋଲି କୁହାଯାଉଛି।
ଦିନକୁ ଦିନ ଜଙ୍ଗଲ ଅବକ୍ଷୟ ହେବା ସହ ଅନେକ ପଶୁପକ୍ଷୀ ଓ ଜୀବଜନ୍ତୁ ଲୋପ ପାଇବାକୁ ବସିଛନ୍ତି। ଯଦି ଆମେ ନଜର ପକାଇବା ବିଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଜଳବାୟୁ ଘଟଣା ଗୁଡ଼ିକର ତୀବ୍ର ଉତ୍ତେଜନା ଦେଖାଦେଇଛି। ଯାହା ଅତ୍ୟଧିକ ଉତ୍ତାପ ଠାରୁ ବନ୍ୟଜନ୍ତୁ ଏବଂ ବନ୍ୟା ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି।
ବୈଶାଖ୍ ମାସ ଆରମ୍ଭ ନହେଉଣୁ ପ୍ରଚଣ୍ଡ ଖରାରେ ସନ୍ତୁଳି ହୋଇଯାଉଛନ୍ତି ଜୀବମଣ୍ଡଳ । ପ୍ରକୃତି ଯେମିତି ନିଜର ଅସ୍ତିତ୍ୱ ହରାଉଛି । ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଜଳବାୟୁ ସଙ୍କଟ । ଏବାବଦରେ ବିଶ୍ୱବାସୀଙ୍କୁ ସଚେତନ କରିବାକୁ ୧୯୭୦ ମସିହାରେ ଆମେରିକାଠାରେ ବିଶ୍ୱ ପୃଥିବୀ ଦିବସ ପ୍ରତିଷ୍ଠା ହୋଇଥିଲା । ଗତ ବର୍ଷ ଅଗଷ୍ଟ ମାସରେ ଇଣ୍ଟରଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଟ୍ ଚେଞ୍ଜ(ଆଇପିସିସି) ରୁ ରିପୋର୍ଟ ପ୍ରକାଶ ପାଇଛି, ଯାହା ମାନବ ସମାଜ ପାଇଁ ‘ଲାଲ ସଙ୍କେତ’ ବୋଲି କୁହାଯାଉଛି ।
ବର୍ତ୍ତମାନ ଜଳବାୟୁର ସୁରକ୍ଷା ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଛି । କାରଣ ବିଶ୍ୱତାପନ ପ୍ରକ୍ରିୟା ଫଳରେ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଘଟୁଛି । ଆମ ପୃଥିବୀର ପୂର୍ବର ସେହି ସୌନ୍ଦର୍ଯ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛି । ସତେ ଯେମିତି ପ୍ରକୃତି ସହିତ ଶୀତଳ ଯୁଦ୍ଧ ଚାଲିଛି । ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱରେ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି । ଆଉ ଠିକ୍ ସମୟରେ ଋତୁ ଆସୁନି । ଠିକ୍ ସମୟରେ ବର୍ଷା ହେଉନି, ଆଉ ଯେତେବେଳେ ବି ହେଉଛି କରା ରୂପ ନେଇ ଆସୁଛି । ଫଳରେ କେତେବେଳେ ମରୁଡି ତ କେତେବେଳେ ବନ୍ୟା ଭିତରେ ଛଟପଟ ହେଉଛି ମଣିଷ ।
ପ୍ରକୃତି ଉପରେ ପରୀକ୍ଷା ଚଳାଇଛି ମଣିଷ । ନିଜ ଜ୍ଞାନର ବଡିମା ଦେଖାଇ ପୁରା ପ୍ରକୃତିକୁ ଧ୍ୱଂସ୍ତବିଧ୍ୱଂସ୍ତ କରିପକାଉଛି । ନିଜର ସଉକ୍ ପାଇଁ ପୁରା ପରିବେଶକୁ ପ୍ଳାଷ୍ଟିକ୍ ଠାରୁ ଆରମ୍ଭ କରି ବିଷାକ୍ତ ଧୂଆଁରେ ପୁରା ବିଶ୍ୱ ଆକ୍ତାମାକ୍ତା କରିପକାଇଲାଣି ମଣିଷ । ସହରୀକରଣ ନିଶା ଧୀରେ ଧୀରେ ଜଙ୍ଗଲକୁ ପଦା କରୁଛି । ତାର ପରିଣାମ ବି ଭୋଗୁଛି । ତଥାପି ହେଜିବାକୁ ନାରାଜ ।
ଏସବୁ ବିଷୟରେ ଅନ୍ତତଃ ସମ୍ବେଦନଶୀଳ ଜନସମାଜକୁ ସତର୍କ କରିବାକୁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଜିର ଦିନରେ ମଧ୍ୟ ପାଳନ କରାଯାଉଛି ‘ବିଶ୍ୱ ଧରିତ୍ରୀ ଦିବସ’ । ଚଳିତବର୍ଷ ଏଥିପାଇଁ ବାର୍ତ୍ତା ରହିଛି ‘ଆମ ଗ୍ରହରେ ନିବେଶ କରିବା’ । ଆମ ସୁନ୍ଦର ପୃଥିବୀକୁ ସୁରକ୍ଷା ଦେବାକୁ ସବୁଜିମାରେ ଭରିଦେବାକୁ ସରକାର, ଉଦ୍ୟୋଗ ଓ ବ୍ୟକ୍ତିବିଶେଷ ନିବେଶ କରନ୍ତୁ ବୋଲି ଚଳିତ ବର୍ଷ ଏହି ଦିବସରେ ଆହ୍ୱାନ ଦିଆଯାଇଛି ।
