ଆଜି ବିଜୁ ବାବୁଙ୍କ ୧୦୮ତମ ଜୟନ୍ତୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ ୧୦ଟି ଅଜଣା କଥା
ସେ ଥିଲେ ଝଡର ଇଗଲ। ସେ ଥିଲେ କୋଟି କୋଟି ଓଡିଆଙ୍କ ପ୍ରାଣପ୍ରିୟ ନେତା। ସେଥିଲେ ଏକାଧାରରେ ରାଜନେତା, ସ୍ଵାଧୀନତା ସଂଗ୍ରାମୀ, ଯୁଦ୍ଧ ବିଶାରଦ ପାଇଲଟ, ବିଚକ୍ଷଣ ପ୍ରତିଭାର ଅଧିକାରୀ ତଥା ପ୍ରବାଦ ପୁରୁଷ। ଯାହାଙ୍କ ନାମ ସ୍ମରଣ ମାତ୍ରେ ଓଡିଆ ସ୍ଵାଭିମାନର ଶାଣିତ ସ୍ଵର ମନରେ ଗୁଞ୍ଜରିତ ହୁଏ, ସେ ଭୂମିପୁତ୍ର ବିଜୁ ବାବୁଙ୍କ ଆଜି ୧୦୬ତମ ଜୟନ୍ତୀ।
ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ । ଏହା ସହିତ ପଞ୍ଚାୟତି ରାଜ ଦିବସ ମଧ୍ୟ । ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜୁ ବାବୁଙ୍କ ଜୟନ୍ତୀଙ୍କୁ ନିରାଡମ୍ବର ଭାବେ ପାଳନ କରାଯିବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ନିର୍ବାଚନ ମଣ୍ଡଳୀରେ ସାଧାରଣ ସଭା ଆୟୋଜନ କରାଯିବ । ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ପରିଚାଳିତ ବିଜେଡିର ସଫଳ ଯାତ୍ରା ସମ୍ପର୍କରେ ଆଲୋଚନା କରାଯିବ । ବିଜୁ ବାବୁ ହେଉଛନ୍ତି ଓଡ଼ିଶା ସଫଳ ବିକାଶ ଯାତ୍ରାର ମହାନାୟକ ।
ତାଙ୍କରି ଆଦର୍ଶକୁ ଆଧାର କରି ବିଜେଡି ରାଜ୍ୟର ବିକାଶ ଯାତ୍ରା ଜାରି ରଖିଛି । ପ୍ରଶାସନକୁ ସ୍ୱଚ୍ଛ କରିବାକୁ ୫ଟି ଓ ମୋ ସରକାର ଭଳି ବିକାଶମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଏଣୁ ବିଜୁ ବାବୁଙ୍କ ଜନ୍ମ ଦିବସରେ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଲୋକସଂପର୍କ ଭବନରେ ହେବ ସ୍ୱତନ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିଜୁ ବାବୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବେ ବିଭାଗୀୟ ଅଧିକାରୀମାନେ ।
ନିଜ ଜୀବନ କାଳ ମଧ୍ୟରେ ଅନେକ ଦୁଃସାହସିକ କାମ କରି ବିଜୁ ବାବୁ ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଜବାହାରଲାଲ ନେହେରୁଙ୍କ ଅନୁରୋଧ କ୍ରମେ ଇଣ୍ଡୋନେସିଆରୁ ସୁଲତାନ ସାରିଆରଙ୍କୁ ଉଦ୍ଧାର କରିବା ସହ ବିମାନରେ ଭାରତ ଇଡାଇଆଣିବା ଘଟଣାରେ ଯେଉଁ ସାହସିକତା ବିଜୁବାବୁ ଦେଖାଇଥିଲେ ତାର ପଟାନ୍ତର ନାହିଁ । ତେଣୁ ପରବର୍ତ୍ତୀ ସମୟରେ ଇଣ୍ଡୋନେସିଆର ଭୂମିପୁତ୍ର ଭାବେ ସମ୍ମାନିତ ହୋଇଥିଲେ ସେ । ଓଡିଶାରେ ଶିଳ୍ପର ବିକାଶ କଥା ଆସିଲେ ଆଜି ବି ମନେ ପଡନ୍ତି ବିଜୁ ବାବୁ । ଓଡିଶା ଇତିହାସରେ ଚିରକାଳ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିବ ତାଙ୍କ ନାଁ ।
ଏହି ଦୁଃସାହସିକ ବ୍ୟକ୍ତିତ୍ୱଙ୍କ ଜନ୍ମ ଦିବସ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କରେ ….
ବିଜୁ ବାବୁଙ୍କ ପୂରା ନାମ ହେଉଛି ବିଜୟାନନ୍ଦ ପଟ୍ଟନାୟକ । ସେ ସମସ୍ତଙ୍କ ଗହଣରେ ବିଜୁ ବାବୁ ନାମରେ ଖୁବ୍ ପରିଚିତ ଥିଲେ । ତାଙ୍କ ଜୟନ୍ତୀ ତଥା ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଇଥାଏ ।
ବିଜୁ ବାବୁ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକର ତୁଳସୀପୁର ଠାରେ ଜନ୍ମଗ୍ରହଣ କରିଥିବା ବେଳେ ତାଙ୍କ ମାଆ ଆଶାଲତା ଦେବୀ ବେଙ୍ଗଲୀ ପରିବାରରୁ ଆସିଥିଲେ । ଯାହାଫଳରେ ସେ ଜଣେ ଓଡିଆ ହେବା ସହ ଜଣେ ବଙ୍ଗାଳୀ ମଧ୍ୟ ।
ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟରେ ହିଟଲରଙ୍କ ବିରୋଧରେ ସେ ସୋଭିଏତ୍ ସୈନ୍ୟବାହିନୀକୁ ସାହାଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ଋଷିଆ ସରକାରଙ୍କ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା ।
ଏକ ଘଡିସନ୍ଧି ମୁହୂର୍ତ୍ତରେ ସ୍ୱାଧୀନ ଇଣ୍ଡୋନେସିଆ ଉପରେ ଡଚ୍ ସାମ୍ରାଜ୍ୟବାଦୀମାନଙ୍କ ଆକ୍ରମଣ ବେଳେ ଅତି ଚତୁରତାର ସହ ବିଜୁ ବାବୁ ଇଣ୍ଡୋନେସିଆ ରାଷ୍ଟ୍ରପତି ସାହାରିୟାଙ୍କୁ ଜାକର୍ତ୍ତାରୁ ରେଙ୍ଗୁନ ଓ ସେଠାରୁ ନୂଆଦିଲ୍ଲୀକୁ ଉଡାଇ ଆଣିଥିଲେ ।
ବିଜୁ ବାବୁ ଓ ତାଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକ ଇଣ୍ଡୋନେସିଆ ରାଷ୍ଟ୍ରପତି ସୁକର୍ଣ୍ଣଙ୍କ ଝିଅ ‘ମେଘାବତୀ’ର ନାମକରଣ କରିଥିଲେ।
କ୍ରୀଡା ପ୍ରତି ବିଜୁ ବାବୁଙ୍କ ଦୁର୍ବଳତା ରହିଥିବା ବେଳେ ସେ ଜଣେ ନିପୁଣା ବ୍ରିଡଜ୍ ଖେଳାଳି ବୋଲି ଖୁବ୍ କମ୍ ଲୋକେ ଜାଣନ୍ତି ।
ବିଜୁ ବାବୁ ଜଣେ ସାଇକେଲ୍ ପ୍ରେମୀ ମଧ୍ୟ । ସେ ସାଇକେଲରେ ରାଜ୍ୟ ସଚିବାଳୟକୁ ଯାଉଥିବା ନେଇ ବହୁବାର ଦେଖିବାକୁ ମିଳିଥାଏ । ଏପରିକି ମାନବିକତା ଉପରେ ଜନସାଧାରଣଙ୍କୁ ସଚେତନ କରିବାକୁ ଯାଇ ସେ ସାଇକେଲରେ ପାକିସ୍ତାନର ପେଶାୱାର ଯାଏଁ ଯାଇଥିଲେ ।
ସେ ଜଣେ ପ୍ରଜାବତ୍ସଳ ତଥା ଲୋକପ୍ରିୟ ରାଜନେତା ଭାବେ ପ୍ରାୟ ୭ ବର୍ଷ ଧରି ଓଡିଶାର ମୁଖ୍ୟମନ୍ତ୍ରୀ ଆସନରେ ଅବସ୍ଥାପିତ ରହିଥିଲେ ।
ସେ ନିଜର ଶେଷ ଜୀବନ ନବୀନ ନିବାସରେ ନୁହେଁ ବରଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଅତି ଘନିଷ୍ଠ ଦିଲୀପ ରାୟଙ୍କ ଘରେ ଅତିବାହିତ କରିଥିଲେ । ଯାହାକୁ ସେ ପୁଅ ଭଳି ସ୍ନେହ କରୁଥିଲେ ।
ସେ କଳିଙ୍ଗ ଷଣ୍ଡ ଓ ଭାରତୀୟ ରାଜନୀତିର ବିଗ୍ ଡାଡୀ ଆଦି ବହୁ ନାମରେ ପରିଚିତ ଥିଲେ ।
