ଆଜି ରାଜ୍ୟରେ କୋଭିଡ ଓ ଓମିକ୍ରନ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପୁଣି ଚିନ୍ତାର କାରଣ ପାଲଟିଲାଣି ସଂକ୍ରମଣ ବୃଦ୍ଧି । ଆଜି ରାଜ୍ୟରେ କୋଭିଡ ଓ ଓମିକ୍ରନ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୫ଟାରେ ଲୋକସଭା ଭବନରେ ବସିବ ବୈଠକ । ସ୍ବାସ୍ଥ୍ୟ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବୈଠକରେ ଯୋଗଦେବେ ।
ସୂଚନା ଯେ, ଦୀର୍ଘ ଦିନ ବ୍ୟବଧାନ ପରେ ଆଜି ୫ ଶହ ପାର ହୋଇଛି ଦୈନିକ ସଂକ୍ରମଣ ମାମଲା । ଏନେଇ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ତେବେ ରାଜ୍ୟରେ ପୁଣି ଲକଡାଉନ ଓ ସଟଡାଉନ ଫେରିବା ହେବା ନେଇ ଆଶଙ୍କା କରାଯାଉଛି ।
