ବାଲେଶ୍ୱର : ୨୫୧ ସଂକ୍ରମିତ ଓ ୨୬୨ ସୁସ୍ଥ
ବାଲେଶ୍ୱର : ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ବିଭିନ୍ନ ଅଞ୍ଚଳରୁ ୨୫୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ସହରର ନେଳିଆବାଗରୁ ୩ଜଣ, ମୋତିଗଞ୍ଜରୁ ୩, ଅଙ୍ଗାରଗଡ଼ିଆରୁ ୨, ବ୍ୟାଙ୍କ କଲୋନୀରୁ ୨, ଆଇଟିଆଇ ଛକରୁ ୨, ମାଣିଖମ୍ବରୁ ୨, ଚୁନଭାଟିରୁ ୨ ଓ ପୁଲିସ ଲାଇନରୁ ୨ଜଣଙ୍କ ସମେତ ଭୋଇସାହି, ଦାମୋଦରପୁର, ଗୋପାଳଗାଁ, ଜେଲ ରୋଡ଼, ମାନସିଂବଜାର, ମଠସାହି, ଶୋଭାରାମପୁର, ରେଳ ଷ୍ଟେସନ, ସୁନହଟ, ପଢୁଆଁପଦା ପ୍ରଭୃତି ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି । ସେହିଭଳି ବାହାନଗା ବ୍ଲକରୁ ୫୧ଜଣ, ବାଲିଆପାଳରୁ ୨ଜଣ, ବସ୍ତାରୁ ୩୩, ଜଳେଶ୍ୱରରୁ ୧୫, ଭୋଗରାଇରୁ ଜଣେ, ନୀଳଗିରିରୁ ୭, ଔପଦାରୁ ୩, ରେମୁଣାରୁ ୪୩, ସଦରରୁ ୧୧, ସିମୁଳିଆରୁ ଜଣେ ଓ ସୋର ବ୍ଲକରୁ ୫୭ଜଣ ନୂଆ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି ।
ଅଦ୍ୟାବଧି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୩୨,୫୨୦ରେ ପହଞ୍ôଚଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୨ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଜିଲାରେ ମୋଟ ୨୯,୯୭୩ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ସରକାରୀ ଭାବେ କୁହାଯାଇଛି । ସକ୍ରିୟ ଥିବା ୨,୪୧୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨,୩୧୩ଜଣ ଗୃହ ସଙ୍ଗରୋଧରେ, ୧୦୧ଜଣ କୋଭିଡ ଡାକ୍ତରଖାନା ଓ କୋଭିଡ ଯତ୍ନ କେନ୍ଦ୍ର ରହି ଚିକିତ୍ସିତ ହେଉଛନ୍ତି । ଅନ୍ୟପକ୍ଷରେ ଜିଲାରେ ସାମୂହିକ ଟିକାକରଣ ବେଶ ତ୍ୱରାନ୍ୱିତ ହୋଇଥିବା ଲକ୍ଷ୍ୟ କରାଯାଇଛି ।ଏବେ ସୁଦ୍ଧା ବାଲେଶ୍ୱର ଜିଲାର ମୋଟ ୬,୨୫,୦୩୦ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ୫,୦୨,୭୧୩ଜଣ ପ୍ରଥମ ପାନ ଓ ୧,୨୨,୩୧୭ଜଣ ଦ୍ୱିତୀୟ ଡୋଜ ଟିକା ନେଇ ସାରିଥିବା ଜଣାପଡିଛି । ଏଥିରେ ୬୦ବର୍ଷରୁ ଉର୍ଦ୍ଧ୍ୱ ୨,୭୦,୯୦୮ଜଣ, ୪୫ରୁ ୬୦ବର୍ଷ ମଧ୍ୟରେ ୨,୫୯,୦୫୫ଜଣ ଓ ୧୮ରୁ ୪୪ବର୍ଷ ମଧ୍ୟରେ ୯୫,୦୬୭ଜଣ ଟିକା ନେଇଥିବା ସୂଚନା ମିଳିଛି ।
