ବିଶ୍ୱରେ ଆଉ ୩,୬୧,୯୦୧ ସଂକ୍ରମିତ ଓ ୭,୨୧୧ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୧୫ଲକ୍ଷ ୩୦ହଜାର ୭୪୮ ଓ ମୃତ୍ୟୁ ସଂଖ୍ୟା ୩୯ଲକ୍ଷ ୩୨ହଜାର ୨୮୯କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୬୧ହଜାର ୯୦୧ଜଣ ସଂକ୍ରମିତ ହୋଇଥିବାବେଳେ ୭ହଜାର ୨୧୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୧୫ଲକ୍ଷ ୩୦ହଜାର ୭୪୮ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯ଲକ୍ଷ ୩୨ହଜାର ୨୮୯ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୬କୋଟି ୬୦ଲକ୍ଷ ୬୧ହଜାର ୪୧୨ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୧୫ଲକ୍ଷ ୩୭ହଜାର ୫୭ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୪ଲକ୍ଷ ୮୯ହଜାର ୨୮୫ ସଂକ୍ରମିତ ଓ ୬ଲକ୍ଷ ୧୯ହଜାର ୩୩୩ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୮୩ଲକ୍ଷ ୮୬ହଜାର ୮୯୪ ସଂକ୍ରମିତ ଓ ୫ଲକ୍ଷ ୧୨ ହଜାର ୮୧୯ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୬୮ ହଜାର ୪୪୩ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୯୫୧ ମୃତ, ଋଷିଆରେ ୫୪ ଲକ୍ଷ ୩୦ ହଜାର ୭୫୩ ସଂକ୍ରମିତ ଓ ୧ଲକ୍ଷ ୩୨ ହଜାର ୬୮୩ ମୃତ, ତୁର୍କୀରେ ୫୪ ଲକ୍ଷ ୪ ହଜାର ୧୪୪ ସଂକ୍ରମିତ ଓ ୪୯ ହଜାର ୫୨୪ ମୃତ, ୟୁକେରେ ୪୭ ଲକ୍ଷ ୧୭ ହଜାର ୮୧୧ ସଂକ୍ରମିତ ଓ ୧ ଲକ୍ଷ ୨୮ ହଜାର ୮୯ ମୃତ, ଆର୍ଜେଣ୍ଟିନାରେ ୪୩ ଲକ୍ଷ ୯୩ ହଜାର ୧୪୨ ସଂକ୍ରମିତ ଓ ୯୨ ହଜାର ୩୧୭ମୃତ, ଇଟାଲିରେ ୪୨ ଲକ୍ଷ ୫୭ ହଜାର ୨୮୯ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୪୫୮ମୃତ, କଲୋମ୍ବିଆରେ ୪୧ ଲକ୍ଷ ୨୬ ହଜାର ୩୪୦ ସଂକ୍ରମିତ ଓ ୧ ଲକ୍ଷ ୪ ହଜାର ୧୪ମୃତ, ସ୍ପେନରେ ୩୭ ଲକ୍ଷ ୮୨ ହଜାର ୪୬୩ ସଂକ୍ରମିତ ଓ ୮୦ ହଜାର ୭୭୯ ମୃତ ରହିଛନ୍ତି ।
