ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ରେଞ୍ଜର ଶିବପ୍ରସାଦ ନାୟକ : ୪ ସ୍ଥାନରେ ଚଢଉ ଜାରି
ବଲାଙ୍ଗିର : ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ସକାଳୁ ଟିଟିଲାଗଡ଼ ରେଞ୍ଜର ଶିବପ୍ରସାଦ ନାୟକଙ୍କ ଚାରି ଗୋଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ଉ ଚାଲିଥିବା ସୂଚନା ମିଳିଛି । ଶ୍ରୀ ନାୟକଙ୍କ ବଲାଙ୍ଗିର ସରସ୍ୱତୀ ନଗର ସ୍ଥିତ ବାସଭବନ, ଲୋଇସିଂହା ପାନେସରା ପୈତୃକ ବାସଭବନ, ଟିଟିଲାଗଡ଼ କାର୍ଯ୍ୟାଳୟ ଓ ବାସଭବନରେ ସୋନପୁର ଓ ସମ୍ବଲପୁରରୁ ଭିଜିଲାନ୍ସ ଦଳ ଆସି ଚଢଉ ଜାରି ରଖିଛନ୍ତି । ପୂର୍ବରୁ ତାଙ୍କ ନାମରେ ଭିଜିଲାନ୍ସ ମାମଲା ରହିଥିବା ଜଣାପଡ଼ିଛି ।
