ବଲାଙ୍ଗିର ଗାୟତ୍ରୀ ମନ୍ଦିରରେ ନାରୀ ଜାଗୃତି ଅଭିଯାନ ସମ୍ମେଳନ ସମ୍ପନ୍ନ
ବଲାଙ୍ଗିର : ବଲାଙ୍ଗିର ଖୁଜେନପାଲି କାମାକ୍ଷି ନଗର ସ୍ଥିତ ଗାୟତ୍ରୀ ମନ୍ଦିର ଠାରେ ଆଜି ଏକ ଦିବସୀୟ ନାରୀ ଜାଗୃତି ଅଭିଯାନ ସମ୍ମେଳନ ମହା ସମାରୋହରେ ସମ୍ପନ୍ନ ହୋଇଯାଇଛି । ଗାୟତ୍ରୀ ତୀର୍ଥ ଶାନ୍ତି କୁଞ୍ଜ ହରିଦ୍ୱାର ଦ୍ୱାରା ଚଳିତ ବର୍ଷ ୨୦୨୨ କୁ ନାରୀ ସଶକ୍ତିକରଣ ବର୍ଷ ରୂପେ ଘୋଷଣା କରାଯାଇଛି । ଏହି କ୍ରମରେ ବଲାଙ୍ଗିର ଗାୟତ୍ରୀ ପରିବାର ଟ୍ରଷ୍ଟ୍ ଆନୁକୁଲ୍ୟରେ ଏକ ଦିବସୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପ୍ରାତଃ କାଳରୁ ଅଖଣ୍ଡ ଜପ, ଗାୟତ୍ରୀ ଯଜ୍ଞ କରାଯିବା ସହିତ ବୌଦ୍ଧିକ ଉଦବୋଧନ କ୍ରମରେ ଗାୟତ୍ରୀ ପରିବାରର ପ୍ରତିଷ୍ଠାତା ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଓ ପରମ ବନ୍ଧନୀୟ ମାତାଜି ଭଗବତୀ ଦେବୀ ଶର୍ମାଙ୍କ ସମଗ୍ର ଜୀବନ ଜନକଲ୍ୟାଣ ଉଦ୍ଦେଶ୍ୟରେ ସମର୍ପିତ । ସାମାଜିକ ଉତ୍ଥାନକୁ ରୀତି ଦୁରୀକରଣ, ନାରୀ ଜାଗରଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ମତ ପ୍ରକାଶ ପାଇଥିଲା । ପରମ ବନ୍ଧନୀୟା ମାତାଜୀଙ୍କ ପ୍ରବଚନ ଭିଡିଓ ସନ୍ଦେଶକୁ ସମସ୍ତ ପରିଜନ ଦେଖିବା ସହ ନିଜ ଜୀବନକୁ ସରସ କରିବା, ଘର ପରିବାର ଓ ସମାଜ କଲ୍ଯାଣ ନିମନ୍ତେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଗୁଜରାଟୀ ସମାଜରୁ ବହୁ ସଂଖ୍ୟାରେ ମାଆ ଭଉଣୀ, ଅନ୍ୟାନ୍ୟ ଭଉଣୀ ଓ ପରିବାରର ପରିଜନ ମାନେ ଯୋଗଦାନ କରିଥିଲେ । ଆଗାମୀ ଦିନରେ ନାରୀ ଜାଗରଣର ବିଭିନ୍ନ କାର୍ଯ୍ୟକ୍ରମର ରୁପରେଖ ପ୍ରସ୍ତୁତ କରାଯାଇଥିଲା ଓ ଏ ଦିଗରେ ସମସ୍ତେ ବିଭିନ୍ନ କାର୍ଯ୍ୟ ପ୍ରାରମ୍ଭ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।
