ଭଣ୍ଡାରିପୋଖରୀ ଅଗ୍ନିବିପନ୍ନଙ୍କୁ ତିହିଡ଼ି ଗୋପବନ୍ଧୁ ସେବା ସଂଘର ସହାୟତା
ତିହିଡ଼ି : ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅଧୀନ ରହଣିଆ ପଞ୍ଚାୟତର ଆକୁଲିକଣା ଗ୍ରାମରେ ଭୟାଭୟ ଅଗ୍ନିକାଣ୍ଡ ଘଟି ରାଜକିଶୋର ସ୍ୱାଇଁ, ଜଗନ ସ୍ୱାଇଁ, ହରେକୃଷ୍ଣ ସ୍ୱାଇଁ, ମଦନ ସ୍ୱାଇଁ, ହେମଲତା ସ୍ୱାଇଁ, ଲମ୍ବୋଦର ନାୟକ, ରମାକାନ୍ତ ନାୟକ, ସୁକାନ୍ତ ନାୟକ ଓ କମଳଲୋଚନ ନାୟକଙ୍କର ୨୬ ବଖରା ଘର ସହ ସମସ୍ତ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଏଥିରେ କେତେକ ଗୃହପାଳିତ ପଶୁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ଖବର ପ୍ରସାରଣ ପରେ ତିହିଡି ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗୋପବନ୍ଧୁ ସେବା ସଂଘ ଅଗ୍ନିବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ତିହିଡ଼ି ଗୋପବନ୍ଧୁ ସେବା ସଙ୍ଘର ସଭାପତି ରାଜୀବ କୁମାର ନାୟକ, ଉପସଭାପତି ରତ୍ନାକର ସାହୁ, ସମ୍ପାଦକ ନିର୍ମଳ ଚନ୍ଦ୍ର ଦଳାଇ, କୋଷାଧକ୍ଷ ହେମନ୍ତ ମଲିକ, ସହସମ୍ପାଦକ ଅଭିରାମ ଦାସ, ଉପଦେଷ୍ଟା ଦୀପକ ପରିଡା, ଜନ୍ମେଜୟ ସିହ୍ନା, ସେକ ଲିୟାକତ, ବୀରେନ୍ଦ୍ର ପାଢ଼ୀ, ପ୍ରୀତିଶ ତ୍ରିପାଠୀ, ବାବୁରାମ ଦାସ, ରବୀନ୍ଦ୍ର ନାୟକ, ତାରାକାନ୍ତ ପଣ୍ଡା, ଉପେନ୍ଦ୍ର କୁମାର ଦଳାଇ, ସୂର୍ଯ୍ୟ ନାରାୟଣ ପାତ୍ର, ଅକ୍ଷୟ ମହାପାତ୍ର ପ୍ରମୁଖ କର୍ମକର୍ତ୍ତାମାନେ ଅକୁଳିକଣା ଗ୍ରାମରେ ପହଞ୍ôଚ ଅଗ୍ନି ବିପନ୍ନ ପରିବାରକୁ ସମବେଦନା ଜଣାଇବା ସହ ୧୫ ଦିନ ଚଳିବା ଭଳି ରନ୍ଧା ଖାଦ୍ୟ ସାମଗ୍ରୀ, ଶୁଖିଲା ଖାଦ୍ୟ ସାମଗ୍ରୀ, ଘରୋଇ ଉପକରଣ, ପିନ୍ଧା ବସ୍ତ୍ର, କମ୍ବଳ, ଶପ, ମଶାରୀ ସହିତ ନଗଦ ଅର୍ଥ ରାଶି ପ୍ରଦାନ କରିବା ସହ ଯଥା ଶୀଘ୍ର ସରକାରୀ ସାହାଯ୍ୟ ଯୋଗାଇ ଦବାକୁ ଦାବି କରିଛନ୍ତି ।
