ଦେଶୀମଦ ଜବତ ସହ ଜଣକୁ ଗିରଫ‘ କଲା ସୋର ପୁଲିସ
ସୋର : ଆଜି ସକାଳେ ସୋର ପୁଲିସ ଅଭଣା ଗ୍ରାମରେ ଚଢ଼ାଉ କରି ଦେଶୀମଦ ଜବତ କରିବା ସହ ଜଣକୁ ଗିରଫ‘ କରି କୋର୍ଟ ଚାଲାଣ କରିଛି । ଅଭଣା ଗ୍ରାମର ଦୈତାରୀ ମାଝୀଙ୍କ ପୁଅ କିଶୋର ମାଝୀ (୪୮)ଦେଶୀମଦ ବିକ୍ରି କରୁଥିବା ଖବର ପାଇ ସୋର ପୁଲିସ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ କିଶୋର ନିଜ ଘର ନିକଟରେ ବିକ୍ରି ଉଦେଶ୍ୟରେ ରଖିଥିବା ୨୨ ଲିଟର ଦେଶୀମଦକୁ ଜବତ କରିବା ସହିତ କିଶୋରକୁ ଗିରଫ‘ କରିଥିଲେ । ଅଭିଯୁକ୍ତଙ୍କ ଅପରାହ୍ନରେ ସୋର କୋର୍ଟ କୁ ଚାଲାଣ କରାଯାଇଛି I
