ସମାଜସେବୀ ଗୌରହରି ବେହେରାଙ୍କ ହୃଦ୍ଘାତରେ ମୃତ୍ୟୁ
ଜଳେଶ୍ୱର : ଜଳେଶ୍ୱର ବ୍ଳକ ଅନ୍ତର୍ଗତ ରାୟାଁରାମଚନ୍ଦ୍ରପୁର ଗ୍ରାମର ଗୌରହରି ବେହେରା(୪୬)ଙ୍କର ଆଜି ହୃଦ୍ଘାତରେ ମୃତ୍ୟୁ ଘଟିଛି । ଦୀର୍ଘଦିନରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ଜନୀତ ରୋଗରେ ପିଡିତ ଥାଇ ଚିକିତ୍ସିତ ହୋଇ ଆସୁଥିଲେ । ଗତକାଲିି ହଠାତ୍ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କଲାପରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାର ତାଙ୍କୁ ଆଜି ଜ୍ୟୋତି ହସ୍ପିଟାଲ ନେବା ରାସ୍ତାରେ ସକାଳ ୯ଟା୩୦ମିନିଟ୍ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ସମୟରେ ବିଧବା ପତ୍ନୀ ସଂଧ୍ୟାରାଣୀ ବେହେରା, ତିନି ଭାଇ-ଭାଉଜ ଓ କକା ବଳରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସୁବର୍ଣ୍ଣରେଖା ନଦୀକୂଳ ଗ୍ରାମ୍ୟ ଶ୍ମଶାନରେ ଘାଟରେ ଏକମାତ୍ର ପୁତ୍ର ଜ୍ୟୋତିପ୍ରକାଶ ବେହେରା ମୁଖାଗ୍ନି ଦେଇଥିଲେ । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ, ସରଳ ପ୍ରକୃତିର ବ୍ୟକ୍ତି ଥିବା ବେଳେ ସାମାଜିକ କାର୍ଯ୍ୟକ୍ରମରେ ଭାଗନେବା ଓ ଲୋକଙ୍କ ହକ୍ ପାଇଁ ବିଭିନ୍ନ ସମୟରେ ଦାବି ଉପସ୍ଥାପନା କରିଆସୁଥିଲେ । ସରପଞ୍ଚ ପ୍ରତିନିଧି ପ୍ରବୀର ଦାସ, କଂଗ୍ରେସ ବ୍ଲକ ସଭାପତି ରାଜିବ ପରିଡା, ବିଜେଡି ନେତା ମଧୁସୂଦନ ସେନାପତି, ପୂର୍ବତନ ସରପଂଚ ବିନୋଦ ବିହାରୀ ମହାନ୍ତି, ଉଚ୍ଚ ନ୍ୟାୟାଳୟର ଆଇନ୍ଜିବୀ ରାମଚନ୍ଦ୍ର ଜେନା, ବିଜେପି ନେତା ପ୍ରବୀର ପ୍ରଧାନ, ସିଦ୍ଧାର୍ଥ ଶଂକର ପାଳ, ଆଦିତ୍ୟନାରାୟଣ ପାତ୍ର, ତପନ ବିଶ୍ୱାଳ, ଅଶୋକ ପରିଡା, ରବିନ୍ଦ୍ର ପାତ୍ର, ମନୋଜ ପରିଡା, ତପନ ପରିଡା, ସପନ ପରିଡା, ଶିକ୍ଷକ ନେତା ଖଗେନ୍ଦ୍ର ନାଥ ସାହୁ, ସୃଷ୍ଟିଧର ଦାସଙ୍କ ସହିତ ବହୁ ଲୋକ ତାଙ୍କ ଶେଷ ଦର୍ଶନ କରିଥିଲେ ।
