ବିଶ୍ୱରେ ଆଉ ୬,୩୮,୧୩୯ ସଂକ୍ରମିତ ଓ ୯,୮୭୧ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୬୬ଲକ୍ଷ ୨୦ହଜାର ୩୭୧ ଓ ମୃତ୍ୟୁ ସଂଖ୍ୟା ୪୨ଲକ୍ଷ ୨ହଜାର ୫୩୭କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ଗୁରୁବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୩୮ହଜାର ୧୩୯ ଜଣ ସଂକ୍ରମିତ ହୋଇଥିବାବେଳେ ୯ହଜାର ୮୭୧ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୨ଲକ୍ଷ ୯୩ହଜାର ୮୩୨ ଜଣ ସୁସ୍ଥ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୬୬ଲକ୍ଷ ୨୦ହଜାର ୩୭୧ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୨ଲକ୍ଷ ୨ହଜାର ୫୩୭ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୭କୋଟି ୮୦ଲକ୍ଷ ୭୧ହଜାର ୭୫୨ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୪୩ଲକ୍ଷ ୪୬ହଜାର ୮୨ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୫୪ଲକ୍ଷ ୬୯ହଜାର ୨୧୫ ସଂକ୍ରମିତ ଓ ୬ଲକ୍ଷ ୨୮ହଜାର ୫୮ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୯୭ଲକ୍ଷ ୯୭ହଜାର ୫୧୬ ସଂକ୍ରମିତ ଓ ୫ଲକ୍ଷ ୫୩ ହଜାର ୨୭୨ମୃତ, ଋଷିଆରେ ୬୧ ଲକ୍ଷ ୯୫ ହଜାର ୨୩୨ ସଂକ୍ରମିତ ଓ ୧ଲକ୍ଷ ୫୬ ହଜାର ୧୭୮ ମୃତ, ଫ୍ରାନ୍ସରେ ୬୦ ଲକ୍ଷ ୫୪ ହଜାର ୪୯ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୭୩୫ ମୃତ, ୟୁକେରେ ୫୭ ଲକ୍ଷ ୭୦ ହଜାର ୯୨୮ ସଂକ୍ରମିତ ଓ ୧ ଲକ୍ଷ ୨୯ ହଜାର ୪୩୦ ମୃତ, ତୁର୍କୀରେ ୫୬ ଲକ୍ଷ ୬୦ ହଜାର ୪୬୯ ସଂକ୍ରମିତ ଓ ୫୧ ହଜାର ୧୨୪ ମୃତ, ଆର୍ଜେଣ୍ଟିନାରେ ୪୮ ଲକ୍ଷ ୯୧ ହଜାର ୮୧୦ ସଂକ୍ରମିତ ଓ ୧ ଲକ୍ଷ ୪ ହଜାର ୮୨୨ମୃତ, କଲୋମ୍ବିଆରେ ୪୭ ଲକ୍ଷ ୫୭ ହଜାର ୧୩୯ ସଂକ୍ରମିତ ଓ ୧ ଲକ୍ଷ ୧୯ ହଜାର ୮୦୧ମୃତ, ସ୍ପେନରେ ୪୩ ଲକ୍ଷ ୯୫ ହଜାର ୬୦୨ ସଂକ୍ରମିତ ଓ ୮୧ ହଜାର ୩୯୬ ମୃତ, ଇଟାଲିରେ ୪୩ ଲକ୍ଷ ୩୦ହଜାର ୭୩୯ ସଂକ୍ରମିତ ଓ ୧ଲକ୍ଷ ୨୮ ହଜାର ୧୦ମୃତ ରହିଛନ୍ତି ।
