ରାଜ୍ୟରେ ଆଉ ୭,୨୯୧ କରୋନା ସଂକ୍ରମିତ ଚିହ୍ନଟ, ୫ ମୃତ
ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ତଳ ମୁହାଁ ହେଉଛି କରୋନା ଗ୍ରାଫ । କମିବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ । ୮ ହଜାର ତଳକୁ ଖସିଛି ସଂକ୍ରମଣ । ୨୪ ଘଣ୍ଟାରେ ୭ ହଜାର ୨୯୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୯୫୪ କିଶୋର କିଶୋରୀ ରହିଥିବା ବେଳେ ୪୨୨୬ କ୍ବାରେଣ୍ଟାଇନ ସେଣ୍ଟର ଓ ୩୦୬୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଆଜି ରାଜ୍ୟରେ ୫ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୭୦୫ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୧୮୩, ବାଲେଶ୍ବରରୁ ୩୪୩, ବରଗଡରୁ ୧୩୦, ଭଦ୍ରକରୁ ୯୭, ବଲାଙ୍ଗୀରରୁ ୨୧୮, ବୌଦ୍ଧରୁ୫୫, କଟକରୁ ୫୬୧, ଦେବଗଡରୁ ୬୨, ଢେଙ୍କାନାଳରୁ ୯୬, ଗଜପତିରୁ ୯୫ , ଗଞ୍ଜାମରୁ ୫୦, ଜଗତସିଂହପୁରରୁ ୧୨୧, ଯାଜପୁରରୁ ୨୦୩, ଝାରସୁଗୁଡାରୁ ୮୩, କଳାହାଣ୍ଡିରୁ ୧୭୩, କନ୍ଧମାଳରୁ ୯୮, କେନ୍ଦ୍ରାପଡାରୁ ୧୦୯, କେନ୍ଦୁଝରରୁ ୧୩୨, କୋରାପୁଟରୁ ୧୧୧, ମାଲକାନଗିରିରୁ ୫୭, ମୟୂରଭଞ୍ଜରୁ ୨୨୯, ନବରଙ୍ଗପୁରରୁ ୧୪୮, ନୟାଗଡରୁ ୨୯୨, ନୂଆପଡାରୁ ୧୬୦, ପୁରୀରୁ ୧୧୬, ରାୟଗଡାରୁ ୨୯୫, ସମ୍ବଲପୁରରୁ ୧୭୬, ସୋନପୁରରୁ ୨୮୨, ସୁନ୍ଦରଗଡରୁ ୬୪୬ ଓ ଷ୍ଟେଟପୁଲରୁ ୩୬୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ମୃତକଙ୍କ ମଧ୍ୟରୁ ବାଲେଶ୍ୱର, ଖୋର୍ଦ୍ଧା, କଟକ, କେନ୍ଦୁଝର, ସୁନ୍ଦରଗଡ଼ ଜିଲାରୁ ଜଣେ ଲେଖାଏଁ ରହିଛନ୍ତି ।ସୂଚନା ଯେ, ରାଜ୍ୟରେ ମୋଟ ୧୨ ଲକ୍ଷ ୧୧ ହଜାର ୯୫୧ ଲୋକ କୋରୋନା ସଂକ୍ରମିତ ହୋଇସାରିଛନ୍ତି । ଏଥିମଧ୍ୟରୁ ୧୧ ଲକ୍ଷ ୨୧ ହଜାର ୬୦୮ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ବର୍ତ୍ତମାନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୮୧ ହଜାର ୭୬୫ ରହିଛି ।
