ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୩୩୦ ସଂକ୍ରମିତ
ଭୁବନେଶ୍ୱର : ରାଜ୍ୟରେ କରୋନାରୁ ଗୁରୁବାର ଆଉ ୩୩୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୪ ହଜାର ୭୫୬ରେ ପହଂଚିଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଅନୁଗୁଳ ଜିଲ୍ଲାରୁ ୪୪ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ୩୬, ଗଜପତିରୁ ୨୮, ପୁରୀରୁ ୨୭, କେନ୍ଦୁଝରରୁ ୨୦, ଯାଜପୁର, ଜଗତସିଂହପୁର, ମୟୂରଭଂଜରୁ ୧୬ ଜଣ ଲେଖାଏଁ, ବାଲେଶ୍ୱରରୁ ୧୪, କଟକ, ଗଂଜାମରୁ ୧୦-୧୦, ସୁବର୍ଣ୍ଣପୁରରୁ ୮, କୋରାପୁଟ, ରାୟଗଡ଼ାରୁ ୬-୬, ବଲାଙ୍ଗୀରରୁ ୫, ଦେବଗଡ଼, କଳାହାଣ୍ଡି, କନ୍ଧମାଳରୁ ୪ ଜଣ ଲେଖାଏଁ, ନୂଆପଡ଼ାରୁ ୩, ଜଗତସିଂହପୁର, ନବରଂଗପୁରରୁ ୨-୨, ନୟାଗଡ଼ରୁ ଜଣେ ଓ ରାଜ୍ୟ ପୁଲ୍ ରୁ ୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।
