ରାଜ୍ୟରେ ଆଉ ୬୦୧ କରୋନା ସଂକ୍ରମିତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଶନିବାର ଆଉ ୬୦୧ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୦ ହଜାର ୧୮୩ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୬୦ ଜଣ ଥିବାବେଳେ କଟକରୁ ୬୭ ଜଣ, ଜଗତସିଂହପୁରରୁ ୩୩, ଯାଜପୁରରୁ ୨୮, ବାଲେଶ୍ୱରରୁ ୨୭, ମୟୂରଭଂଜରୁ ୨୨, କୋରାପୁଟରୁ ୧୫, ପୁରୀରୁ ୧୧, ଅନୁଗୁଳ, ସୁନ୍ଦରଗଡ଼ରୁ ୧୦-୧୦ ଓ ବରଗଡ଼ରୁ ୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିପରି କେନ୍ଦ୍ରାପଡ଼ା, ମାଲକାନଗିରି, ସମ୍ବଲପୁରରୁ ୮ ଜଣ ଲେଖାଏଁ, ଭଦ୍ରକରୁ ୭, ନୟାଗଡ଼ରୁ ୬, ଗଂଜାମରୁ ୫, ଝାରସୁଗୁଡ଼ାରୁ ୪, କେନ୍ଦୁଝର, ରାୟଗଡ଼ାରୁ ୨-୨, ସୁବର୍ଣ୍ଣପୁରରୁ ଜଣେ ଓ ରାଜ୍ୟପୁଲରୁ ୫୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
