ରାଜ୍ୟରେ ଆଉ ୭୩୮ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଗୁରୁବାର ଆଉ ୭୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୪ ହଜାର ୬୩୯ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୧୯ ଜଣ ଥିବାବେଳେ କଟକ ଜିଲାରୁ ୧୧୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୫୨, ପୁରୀରୁ ୩୯, ଜଗତସିଂହପୁରରୁ ୩୩, ଯାଜପୁରରୁ ୩୨, ମୟୂରଭଂଜରୁ ୩୧, କେନ୍ଦ୍ରାପଡ଼ାରୁ ୨୪, ଅନୁଗୁଳରୁ ୨୩, ସମ୍ବଲପୁରରୁ ୨୦ ଓ କେନ୍ଦୁଝରରୁ ୧୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ସେହିପରି ଢେଙ୍କାନାଳ, ନୟାଗଡ଼ରୁ ୧୦-୧୦, ଦେବଗଡ଼, ଗଂଜାମରୁ ୯-୯, ଭଦ୍ରକ, କୋରାପୁଟରୁ ୯-୯, ବରଗଡ଼, ସୁନ୍ଦରଗଡ଼ରୁ ୬-୬, ଝାରସୁଗୁଡ଼ା, ମାଲକାନଗିରିରୁ ୪-୪, ଗଜପତି, କଳାହାଣ୍ଡିରୁ ୩-୩, ବୌଦ୍ଧରୁ ୨, କନ୍ଧମାଳ, ନୂଆପଡ଼ା ଓ ରାୟଗଡ଼ାରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୪୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
