ଭୁୁବନେଶ୍ୱର : ୨୩୪ ପଜିଟିଭ୍ ଓ ୨୫୪ ସୁସ୍ଥ
ଭୁୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଗୁରୁବାର ଦିନ ଆଉ ୨୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୬୧ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୧୭୩ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୨୫୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ଲୋକାଲ ମାମଲା ମଧ୍ୟରୁ ନୟାପଲ୍ଲୀରୁ ସର୍ବାଧିକ ୧୫ଜଣ ଆକ୍ରାନ୍ତ ଚିହ୍ନ ହୋଇଥିବା ବେଳେ ଓଲ୍ଡ ଟାଉନ୍ ରୁ ୧୨ ଜଣ, ଭିଏସଏସ୍ ନଗର ଓ ଜୟଦେବ ବିହାରରୁ ୯ ଜଣ ଲେଖାଏଁ, ପଟିଆରୁ ୭ ଜଣ, ବଡଗଡ ଓ ଶୈଳଶ୍ରୀବିହାରରୁ ୬ ଜଣ ଲେଖାଏଁ, ପାତ୍ରପଡା ଓ ୟୁନିଟ୍ ୯ ରୁ ୫ ଜଣ ଲେଖାଏଁ , ଘାଟିକିଆ , ହଂସପାଳ, ଜିଜିପି କଲୋନୀ,ଡୁମଡୁମା , ଡମଣା, କଳିଙ୍ଗନଗର, ଝାରପଡା, ସୁନ୍ଦରପଦା ଓ ଜାଗମରାରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୩୩୭ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୧୦୩୨୩୩ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୩୦୮୧ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୧୦୦୨ କୁ ବୃଦ୍ଧି ପାଇଛି ।
