୫ ହଜାର ମୁହାଁ ଦୈନିକ ସଂକ୍ରମଣ : ରାଜ୍ୟରେ ଚିହ୍ନଟ ହେଲେ ଆଉ ୪,୭୧୪ କରୋନା ସଂକ୍ରମିତ
ଭୁବନେଶ୍ୱର : ରାଜ୍ୟରେ ରେକର୍ଡ ଭାଙ୍ଗୁଛି କରୋନା । ଦୈନିକ ସଂକ୍ରମଣ ୪ହଜାର ଟପି ୫ ହଜାର ମୁହାଁ । ଏହି ପରିପ୍ରେକ୍ଷୀରେ ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ୪୭୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ଶନିବାର ତୁଳନାରେ ରବିବାର ବଢ଼ିଛି ୧୦୩୫ (୨୮.୧୩)% ମାମଲା ବୃଦ୍ଧି ହୋଇଛି। କେବଳ ଜାନୁଆରି ମାସର ୮ ଦିନରେ ୧୬୦୩୫ ସଂକ୍ରମିତ ଚିହ୍ନଟ ହେଲେଣି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୦୮୬୯ଜଣକୁ ବୃଦ୍ଧି ପାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭୫୫ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୯୫୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୪୧୬ ଜଣ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୬୧୯ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୬୬୨, ସମ୍ବଲପୁରରୁ ୪୩୭, କଟକରୁ ୩୬୦, ଝାରସୁଗୁଡାରୁ ୧୫୪, ବାଲେଶ୍ୱରରୁ ୧୨୩, ପୁରୀରୁ ୧୧୯, ମୟୁରଭଞ୍ଜରୁ ୧୧୩, ବଲାଙ୍ଗୀରରୁ ୯୯, ଯାଜପୁରରୁ ୮୩, ଗଂଜାମରୁ ୭୦, କୋରାପୁଟରୁ ୬୫, ଜଗତସିଂହପୁରରୁ ୬୩, ବରଗଡ଼ରୁ ୫୬, ସୋନପୁରରୁ ୪୬, କେନ୍ଦୁଝରରୁ ୪୩, ନବରଙ୍ଗପୁରରୁ ୩୭, ଦେବଗଡ଼ରୁ ୩୬, ନୟାଗଡ଼ରୁ ୩୪, ଗଜପତି ଓ ନୂଆପଡ଼ାରୁ ୩୨ ଜଣ ଲେଖାଏଁ, ରାୟଗଡ଼ାରୁ ୩୧, ଅନୁଗୁଳରୁ ୨୨, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୧୦, ଢେଙ୍କାନାଳରୁ ୯, ଭଦ୍ରକରୁ ୭, ବୌଦ୍ଧରୁ ୬, ମାଲକାନଗିରିରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ରାଜ୍ୟ ପୁଲରୁ ୩୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା। ୨୬୦ ଜଣ କରୋନାରୁ ସୁସ୍ଥ ହେବା ପରେ ମୋଟ ଆରୋଗ୍ୟ ସଂଖ୍ୟା ୧୦ ଲକ୍ଷ ୪୬ ହଜାର ୨୩୧କୁ ବୃଦ୍ଧି ପାଇଛି। ସୂଚନା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୭୦୮୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୬୧୧୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୬୨୩୧ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୬୧୦୪୬୬୯ ସାମ୍ପୁଲ ଟେଷ୍ଟ୍ ହୋଇଛି ।
