ରାଜ୍ୟରେ ଆଉ ୯୯୩ କରୋନା ସଂକ୍ରମିତ ଚିହ୍ନଟ
- ଗତ ୨୪ ଘଣ୍ଟାରେ ୦ରୁ ୧୮ ବର୍ଷର ୧୩୮ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ପରେ ଜୁଲାଇ ଏବଂ ଏବେ ଅଗଷ୍ଟ ମଧ୍ୟ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ବୁଧବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଗତ ୨୪ ଘଣ୍ଟା ମଧ୍ୟରେ ୯୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୭୮ ଓ ସ୍ଥାନୀୟ ଅଞ୍ଚଳରୁ ୪୧୫ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୦ରୁ ୧୮ ବର୍ଷ ବୟସର ୧୩୮ଜଣ ପଜିଟିଭ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୯୭ହଜାର ୧୪୬କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୮ ଜଣ ଥିବାବେଳେ ବାଲେଶ୍ୱରରେ ୩୦ ଜଣ, ବରଗଡରେ ୧୦ ଜଣ, ଭଦ୍ରକରେ ୧୨, ବଲାଙ୍ଗୀରରେ ୧୩, ବୌଦ୍ଧରେ ଜଣେ, କଟକରେ ୯୫, ଦେବଗଡରେ ୪, ଢେଙ୍କାନାଳରେ ୩୨, ଗଜପତିରେ ଜଣେ, ଗଞ୍ଜାମରେ ୫ ଜଣ, ଜଗତସିଂହପୁର ୫୧, ଯାଜପୁରରେ ୬୦, ଝାରସୁଗୁଡାରେ ୨, କଳାହାଣ୍ଡିରେ ଜଣେ, କନ୍ଧମାଳରେ ୭ ଜଣ, କେନ୍ଦ୍ରାପଡାରେ ୧୫ ଜଣ, କେଉଁଝରରେ ୧୦ ଜଣ, ଖୋର୍ଦ୍ଧାରେ ୪୧୯ ଜଣ, କୋରାପୁଟରେ ଜଣେ, ମାଲକାନଗିରିରେ ଜଣେ, ମୟୁରଭଞ୍ଜରେ ୪୨ ଜଣ, ନବରଙ୍ଗପୁରରେ ଜଣେ, ନୟାଗଡରେ ୧୬ ଜଣ, ନୂଆପଡାରେ ଜଣେ, ପୁରୀରେ ୨୫ ଜଣ, ରାୟଗଡାରେ ୩, ସମ୍ବଲପୁରରେ ୧୧, ସୋନପୁରରେ ୫, ସୁନ୍ଦରଗଡରେ ୮ ଓ ରାଜ୍ୟ ପୁଲରୁ ୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୯,୯୭,୧୪୬ ଜଣ କରୋ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୮୦,୪୭୧ ଜଣ ସୁସ୍ଥ ହୋଇଥିବା ବେଳେ ୯,୫୩୬ ଜଣ ସକ୍ରିୟ ମାମଲା ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧,୭୨,୦୮,୨୪୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।
