ଦେଶରେ କମିଲା କରୋନା ସଂକ୍ରମଣ! ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୨,୨୭୦ ପଜିଟିଭ ଚିହ୍ନଟ ଓ ୩୨୫ ମୃତ
ନୂଆଦିଲ୍ଲୀ : ଦେଶରେ କମୁଛି କରୋନା ସଂକ୍ରମଣ । ମୃତ୍ୟୁସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ୍ । ଓମିକ୍ରନ ଯୋଗୁଁ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଏବେ ପୁଣି ଏହାର ସଂଖ୍ୟା କମିବାରେ ଲାଗିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୫୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ଶହରୁ ତଳେ ରହିଛି ।
ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୨୭୦ ପଜିଟିଭ ଚିହ୍ନଟ ହୋଇଥିଭା ବେଳେ ୩୨୫ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଦୈନିକ ପଜିଟିଭିଟି ହାର ୧.୮ ପ୍ରତିଶତ ଓ ମୃତ୍ୟୁହାର ୧.୧୯ ପ୍ରତିଶତ ରହିଛି । ଏହାକୁ ମିଶାଇ ମୋଟ ୪ କୋଟି ୨୮ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୧୧ ହଜାର ୨୩୦କୁ ବୃଦ୍ଧି ପାଇଛି । ଅନ୍ୟପଟେ ସୁସ୍ଥ ହେଲେଣି ୪ କୋଟି ୨୦ ଲକ୍ଷ ୩୭ ହଜାର ୫୩୬ ଜଣ ଆକ୍ରାନ୍ତ । ବର୍ତ୍ତମାନ ୨ ଲକ୍ଷ ୫୩ ହଜାର ୭୩୯ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଦେଶରେ ୧୮୬ କୋଟିରୁ ଅଧିକ ଲୋକ ଟିକା ନେଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
