ପ୍ରକାଶ ପାଇଲା ୟୁଜିସି ନେଟ୍ ରେଜଲ୍ଟ ୨୦୨୧, ଫଳାଫଳ ଦେଖିବା ପାଇଁ ଚେକ୍ କରନ୍ତୁ ଏହି ଲିଙ୍କ୍
ନୂଆଦିଲ୍ଲୀ : ପ୍ରକାଶ ପାଇଲା ୟୁଜିସି ନେଟ୍ ରେଜଲ୍ଟ ୨୦୨୧ । ଏହି ଫଳାଫଳ ଗତବର୍ଷ ଡିସେମ୍ବର ୨୦୨୦ ଓ ଜୁନ୍ ୨୦୨୧ ପରୀକ୍ଷା ପାଇଁ ଜାରି କରାଯାଇଛି । ଯେଉଁ ମାନେ ଏହି ପରୀକ୍ଷା ଦେଇଥିଲେ ସେମାନେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ)ର ଅଫିସିଆଲ୍ ୱେବସାଇଟ୍ ugcnet.nta.nic.in ରେ କ୍ଲିକ୍ କରି ନିଜ ନିଜର ଫଳାଫଳ ଦେଖିପାରିବେ ।
ସୂଚନା ଯେ, ୧୨ ଲକ୍ଷରୁ ଅଧିକ ପିଲା ଏହି ପରୀକ୍ଷା ଦେଇଥିବା ବେଳେ ଫଳାଫଳକୁ ଅପେକ୍ଷା କରିଥିଲେ । ଆଜି ସେହି ଅପେକ୍ଷାର ଅନ୍ତ ହୋଇଛି । ଏହି ପରୀକ୍ଷା ତିନିଟି ପର୍ଯ୍ୟାୟରେ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ୨୦୨୧ ନଭେମ୍ବର ୨୦ରୁ ଡିସେମ୍ବର ୫ ମଧ୍ୟରେ ହୋଇଥିଲା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ୨୦୨୧ ଡିସେମ୍ବର ୨୪ରୁ ୨୭ ଏବଂ ତୃତୀୟ ପର୍ଯ୍ୟାୟ ୨୦୨୨ ଜାନୁଆରୀ ୪ ଓ ୫ ତାରିଖରେ ଅନୁଷ୍ଠିତ ହୋଇଥିଲା ।
