ତିହିଡ଼ି ଚରସ ହାଇସ୍କୁଲ ୧୯୮୫ ବ୍ୟାଚ୍ ବନ୍ଧୁ ମିଳନ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ଚରସ ହାଇସ୍କୁଲ ୧୯୮୫ ବ୍ୟାଚ୍ ଛାତ୍ରଙ୍କ ବନ୍ଧୁମିଳନ ବୁଧବାର ଅନୁଷ୍ଠିତ ହୋଇ ଯାଇଛି । ଏହି ପରିପ୍ରେକ୍ଷୀରେ ଛାତ୍ରମାନେ ସପରିବାର ବିଭିନ୍ନ ଧର୍ମାନୁଷ୍ଠାନ ପରିଭ୍ରମଣ କରି ଦେବାଦେବୀଙ୍କୁ ଦର୍ଶନ କରିଥିଲେ । ଦୀର୍ଘ ବର୍ଷ ପରେ ସେମାନେ ପରସ୍ପର ମଧ୍ୟରେ ଯୋଡ଼ି ହେବା ଏକ ନିଆରା ଅନୁଭବ ସୃଷ୍ଟି କରିଥିଲା । ପରସ୍ପରଙ୍କୁ ଭେଟିବା ପରେ ନିଜ ନିଜ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ସେମାନଙ୍କୁ ଆହୁରି ନିବିଡ଼ କରିଥିଲା । ସେମାନେ ସମସ୍ତେ ପରସ୍ପରଙ୍କ ମଧ୍ୟରେ ସୁଖ ଦୁଃଖ ବାଣ୍ଟିବାରେ ଏପରି ଏକ ସୁଯୋଗ ପାଇଥିବାରୁ ସମସ୍ତଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଥିଲା । ଶରତ କୁମାର ପାଣିଗ୍ରାହୀ, ଶରତ ଜେନା, ଲକ୍ଷ୍ମୀଧର ନାୟକ, ହିମାଂଶୁ ପଣ୍ଡା, ଦେବ ପାଢ଼ୀ, ମନୋରଂଜନ ନାୟକ, ଦିଲୀପ ଦାସ, ରାମଚନ୍ଦ୍ର୍ର ବେହେରା, ସିଦ୍ଧେଶ୍ୱର ଗୋଚ୍ଛାୟତ, ଦେବବ୍ରତ କୁଣ୍ଡ, କମଳାକାନ୍ତ ଗୋଚ୍ଛାୟତ, ଗୋପାଳ ନାୟକ, ନରହରି ଜେନା, ପ୍ରକାଶ ଜେନା ପ୍ରମୁଖ ବନ୍ଧୁ ମିଳନରେ ସାମିଲ ହୋଇଥିଲେ ।
