ଫେବୃଆରୀ ୧୧ରୁ ଆରମ୍ଭ ତିହିଡ଼ି ମହୋତ୍ସବ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ମହୋତ୍ସବ କରୋନା କଟକଣା ପାଇଁ ୨ବର୍ଷ ଧରି ବନ୍ଦ ରହିଥିଲା । ଚଳିତ ବର୍ଷ ମହୋତ୍ସବ ହେବା ନେଇ ସମସ୍ତଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ପ୍ରକାଶ ପାଇଛି । ତିହିଡ଼ି ଶ୍ୟାମା କ୍ଳବ ଆୟାଜନରେ ଫେବୃଆରୀ ୧୧ରୁ ମହୋତ୍ସବ ଉଦ୍ଘାଟିତ ହୋଇ ୧୫ ତାରିଖରେ ଉଦ୍ଯାପିତ ହେବ ବୋଲି ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଅପରାହ୍ଣରେ ସ୍ଥାନୀୟ କାଳୀପଡ଼ିଆ ଠାରେ ସଭାପତି ଶିକ୍ଷାବିତ୍ ସୋମନାଥ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସଫଳତା ନେଇ ଆଲୋଚନା କରାଯାଇଥିଲା । ବିଶେଷ ଭାବେ ଟ୍ରାଫିକ୍ ସମସ୍ୟାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ଅନ୍ୟାନ୍ୟ ପ୍ରସଂଗ ଉପରେ ଆଲୋଚନା କରାଯାଇଥିଲା । ଏହି ମହୋତ୍ସବ ପାଞ୍ଚଦିନ ଧରି ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଉଦ୍ଘାଟନ ସନ୍ଧ୍ୟା କନ୍ତକବି ମଞ୍ଚ, ଦ୍ୱିତୀୟ ସନ୍ଧ୍ୟା ଜନନାୟକ ବିଜୟଶ୍ରୀ ରାଉତରାୟ ମଞ୍ଚ, ତୃତୀୟ ସନ୍ଧ୍ୟା କବି ବିଷ୍ଣୁ ସେଠୀ ମଞ୍ଚ, ଚତୁର୍ଥ ସନ୍ଧ୍ୟା ଶିକ୍ଷାବିତ୍ ସନାତନ ବେହେରା ମଞ୍ଚ, ପଞ୍ଚମ ତଥା ଉଦ୍ଯାପନୀ ସନ୍ଧ୍ୟା ଶାସ୍ତ୍ରୀୟ ସଂଗୀତଗୁରୁ ମନମୋହନ ସାବତ ମଞ୍ଚ ନାମରେ ନାମିତ ହୋଇଥିବା ସୂଚନା ଦିଆଯାଇଛି । ଏହି ମହୋତ୍ସବରେ ବିଶେଷ ଆକର୍ଷଣ ଭାବେ ବିଭିନ୍ନ ଦିନରେ ପ୍ରଖ୍ୟାତ ଚଳିଚିତ୍ର ତାରକାମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏଥି ସହିତ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ପର୍ବ ମଧ୍ୟ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଏହି ବୈଠକରେ ଅତିରିକ୍ତ ତହସିଲଦାର ଅଙ୍କିତା ମହାନ୍ତି, ତିହିଡ଼ି ଥାନା ଅଧିକାରୀ ତପନ କୁମାର ପ୍ରଧାନ, ଅତିରିକ୍ତ ବିଡିଓ ମାନସ କୁମାର ଜେନା, ଆଗ୍ନିକ ଆଲୋକଦେବ ଗୋସ୍ୱାମୀ, ବିଦ୍ୟୁତ ବିଭାଗ କନିଷ୍ଠଯନ୍ତ୍ରୀ ପ୍ରିୟବ୍ରତ ନାୟକ, ଜିପିଓ ତରଣୀସେନ ବାରିକ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରଫୁଲ୍ଲ ଦାସ, ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସ, ବିଜେପି ଜିଲା ଉପସଭାପତି ଦୁର୍ଗାଚରଣ ନାୟକ, ଶିକ୍ଷକ ଗିରିଜା ରମଣ ଜେନା, ସମାଜିକ ସଂଗଠନ ପକ୍ଷରୁ କୈଳାସ ବେହେରା, ନିରଂଜନ ବାରିକ, ବିସ୍ମୟ ବିହାରୀ ସାହୁ, ରବୁ ସଲିମ, ରାଜୀବ ଲୋଚନ ନାୟକ, ବସନ୍ତ ଦାସ, କୃତିବାସ ଜେନା, ଆଇନଜୀବୀ ସତ୍ୟସୁନ୍ଦର ପତି, ଧୃବଚରଣ ପାଣିଗ୍ରାହୀ, ରଂଜୁଲତା ଗାହାଣ, ଶ୍ରୀକାନ୍ତ ବାରିକ, କାହ୍ନୁ ଚରଣ ଶତପଥି, ସତ୍ୟପ୍ରକାଶ ସାବତ, ଅଲେଖ ଜେନା ପ୍ରମୁଖ ଯୋଗ ଦେଇ ମତାମତ ରଖିଥିଲେ । ମହୋତ୍ସବ କମିଟିର ସମ୍ପାଦକ ଚନ୍ଦ୍ରକାନ୍ତ ମହାନ୍ତି, ଧୀରେନ୍ଦ୍ର କୁମାର ସାହୁ, ମନୋଜ କୁମାର ସେନାପତି, ମନୋଜ କୁମାର ପାଣିଗ୍ରାହୀ, ପ୍ରତାପ କୁମାର ଜେନା, ଅମର କୁମାର ଜେନା, ପ୍ରଭାତ କୁମାର ଜେନା, ଅମୂଲ୍ୟ କୁମାର ସେନାପତି, ଡ. ଲକ୍ଷ୍ମୀଧର ତ୍ରିପାଠୀ, ସଂଜୟ କୁମାର ଦାସ ପ୍ରମୁଖ ଉପସ୍ଥିତଥିଲେ ।
