ବିବେକାନନ୍ଦ ଜୟନ୍ତୀରେ ହଜାରେ ଯୁବକ ଯୋଗଦେଲେ
ପୁରୀ : ବିବେକାନନ୍ଦ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ଯୁବ ଉତ୍ସବ ୨୦୨୩ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଏକ ପ୍ରସ୍ତୁତି ବୈଠକ କଳିଙ୍ଗ କିଡ଼ସ୍ ପ୍ଲେ ସ୍ଲୁଲ ଠାରେ ଡ଼କ୍ଟର ମହେଶ୍ୱର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ସଦଭାବନା ମଞ୍ଛ ପକ୍ଷରୁ ଏହି ଉତ୍ସବ ଆୟୋଜନ କରାଯିବ ବୋଲି ଏହାର ଆବାହକ ତଥା ଦି ମିରର ସଭାପତି ସଞ୍ଜୟ କୁମାର ପ୍ରଧାନ ଯୁବ ଉତ୍ସବ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ରାଜ୍ୟରୁ ହଜାରେ ଯୁବକ ଯୋଗଦେବେ । ପୁରୀର ବିକାଶ ପାଇଁ ଯୁବକମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହେବ । ଏହି ବୈଠକରେ ପ୍ରଫେସର ଡ଼କ୍ଟର ପ୍ରଭାତ ରଞ୍ଜନ ମହାପାତ୍ର, ବିବେକାନନ୍ଦ ଯୁବଶକ୍ତି ଅନୁଷ୍ଠାନର ଅଧ୍ୟକ୍ଷ ପ୍ରାକ୍ତନ ପ୍ରଫେସର ସୁକାନ୍ତ କୁମାର ମହାନ୍ତି ଓ ଓଡ଼ିଏମପିର ଆବାହକ ସୁଶାନ୍ତ କୁମାର ତ୍ରିପାଠୀ, ଗୋପବନ୍ଧୁ ସେବା ପରିଷଦର ଅଧ୍ୟକ୍ଷ ପ୍ରଦୀପ କୁମାର ମହାରଣା, ଦୁର୍ନୀତି ନିବାରଣ ମଞ୍ଛର ସଂପାଦକ ପ୍ରଭାସଚନ୍ଦ୍ର ପ୍ରଧାନ, କ୍ଷେତ୍ରମୋହନ ଫାଊଣ୍ଡେସନର ସଦସ୍ୟ ନବକିଶୋର ଜେନା ଓ ରାଷ୍ଟ୍ରୀୟ ସଦଭାବନା ମଞ୍ଛର ଉପାଧ୍ୟକ୍ଷା ଗୀତାରାଣୀ ସେଠ ପ୍ରମୁଖ ଉପସ୍ଥିତ ଥିଲେ ।
