ପ୍ରିୟାଂଶୁ ପାଇଲେ ଇଣ୍ଡିଆନ ଫେସନ ଆୱାର୍ଡ଼ ମାଲେସିଆ ଯିବାପାଇଁ ପ୍ରସ୍ତୁତି : ଅର୍ଥ ସାଜଛି ବାଧକ
ପୁରୀ : ଳସୀ ଦୁଇପତ୍ରରୁ ବାସେ । ପିଲାଟି ଦିନରୁ ପ୍ରିୟାଂଶୁ ୟୁ ଟ୍ୟୁବ ଦେଖି ଫେସନ ସୋ ଓ ନୃତ୍ୟ କରି ଏବେ ଜାତୀୟସ୍ତରରେ ନାମ କରିଛନ୍ତି । ଗତ ଦୁଇଦିନ ତଳେ ଭୁବନେଶ୍ୱରରେ ଆୟୋଜିତ ଆୱାର୍ଡ଼ ସେରିମନିରେ ପ୍ରସିଦ୍ଧ ବଲିଉଡ଼ ନାୟିକା ରିତୁ ଶିବପୁରୀଙ୍କ ଠାରୁ ଇଣ୍ଡିଆନ ଫେସନ ଆୱାର୍ଡ଼ ବିଜେତା ପୁରସ୍କାର ପାଇଛନ୍ତି । ତାଙ୍କର ଭଲ ନାମ ହେଉଛି ପ୍ରିୟାଂଶୁ କୁମାର ପଣ୍ଡା । ବୟସ ୯ବର୍ଷ । ଟେଡ଼ିକିଟ୍ ପ୍ଲେ ସ୍ଲୁଲର ତୃତୀୟ ଶ୍ରେଣୀର ଛାତ୍ର । ବାପାଙ୍କ ନାମ ଚନ୍ଦନ କୁମାର ପଣ୍ଡା ଓ ମାତାଙ୍କ ନାମ ନିରୁପମା ପଣ୍ଡା । ଘର ମାକଣ୍ଡେଶ୍ୱର ସାହି । ପ୍ରିୟାଂଶୁ ସ୍ଲୁଲ ,ପୁରୀ ସହର ଓ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଫେସନ ସୋ ଓ ମଡ଼େଲରେ ଯୋଗଦେଇ ବହୁ ପୁରସ୍କାର ଲାଭ କରିଛନ୍ତି । ପୁରୀ ବିଚ୍ ଫେଷ୍ଟଭାଲରୁ ଲିଟିଲ ମାଷ୍ଟର, ଆରମ୍ଭ ପକ୍ଷରୁ ସାଇନିଂ ଷ୍ଟାର, ଭୁବନେଶ୍ୱରରେ ଗ୍ଲୋରୀ ଅଫ ଇଣ୍ଡିଆ, ଇଣ୍ଡିଆନ ଫେସନ ଆୱାର୍ଡ଼ ପାଇବା ପରେ ମାଲେସିଆ ଯିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ପ୍ରିୟାଂଶୁଙ୍କ ଷ୍ଟାଇଲ, ସ୍କାଇଲ ଓ ଚାଲିରେ ରହିଛି ଆକର୍ଷଣୀୟ ପ୍ରତିଭା । ଜାନୁଆରୀ ୨୩ରେ ମାଲେସିଆରେ ଅନୁଷ୍ଠିତ ହେବ ଇଟଂରନ୍ୟାସନାଲ ଆୱାର୍ଡ଼ । ଓଡ଼ିଶାରୁ ପ୍ରଥମ ପ୍ରତିଯୋଗୀ ଭାବେ ମନୋନିତ ହୋଇଛନ୍ତି । ମଡ଼େଲିଂ ନୃତ୍ୟ, ଗୀତ,ଚିତ୍ର ଓ ଫୁଟବଲ ଖେଳରେ ମଧ୍ୟ କରିସ୍କା ଦେଖାଇଛନ୍ତି ପ୍ରିୟାଂଶୁ । ପାଠ ମଧ୍ୟ ଭଲ ପଢୁଛନ୍ତି । ଭବିଷ୍ୟତରେ ଭାରତର ଜଣେ ଭଲ ମଡ଼େଲ ହେବା ସହ ଭଲ ଚାକିରି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ପ୍ରିୟାଂଶୁଙ୍କ ବାପାଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ୩ଲକ୍ଷ ଟଙ୍କା ଯୋଗାଡ଼ କରି ମାଲେସିଆ ଯିବା ପାଇଁ ସମର୍ଥ ହୋଇପାରୁନାହାନ୍ତି । କୌଣସି ସହୃଦୟ ବ୍ୟକ୍ତି ,ଅନୁଷ୍ଠାନ, ସଂଗଠନ ତାଙ୍କୁ ଆର୍ଥିକ ସାହାର୍ଯ୍ୟ କରିପାରିଲେ ସେ ମାଲେସିଆ ଯାଇପାରନ୍ତେ ବୋଲି ପ୍ରକାଶ କରିଛନ୍ତି । ତାଙ୍କୁ ଯୋଗାଯୋଗ କରିବା ପାଇଁ ମୋବାଇଲ ନମ୍ବର- ୯୭୭୮୭୩୭୪୨୮ରେ ସଂପର୍କ କରିବା ପାଇଁ ଶ୍ରୀପଣ୍ଡା ଅନୁରୋଧ କରିଛନ୍ତି ।
