ବାବା ବୁଢାରାଉଳ ମଠ ପୂଜକଙ୍କ ଅକାଳ ବିୟୋଗ ଶେଷ ଦର୍ଶନରେ ହଜାର ହଜାର ଜନସମାଗମ
ବାରିପଦା : ବାରିପଦାର ଐତିହାସିକ ଶୈବପୀଠ ବାବା ବୁଢାରାଉଳ ମଠର ପୂଜକ ପଣ୍ଡିତ ବିଜୟ ଦାଶ ଙ୍କର ଆକାଳ ବିୟୋଗରେ ବାରିପଦାରେ ଶୋକର ଛାୟା ଖେଳି ଯାଇଛି । ସୂଚନା ମୁତାବକ ଶନିବାର ରାତିରେ ହଠାତ ତାଙ୍କର ଶରୀର ଅସୁସ୍ଥ ହେବାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ନିଆ ଯାଇଥିଲା ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଶଂକଟାପର୍ଣ୍ଣ ହେବାରୁ ଡାକ୍ତର ତାଙ୍କୁ କଟକ ରେଫର କରିଦେଇଥିଲେ । ତେବେ ରବିବାର ରାତିରେ ତାଙ୍କୁ ଭୁବନେଶ୍ୱର ଆପୋଲ ହସପିଟାଲ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିବା ବେଳେ, ସେ ଜଣେ ମିଷ୍ଠଭାଷୀ ପରୋପକାରୀ ବେଦଜ୍ଞ ବ୍ରାହ୍ମଣ ଭାବରେ ସାରା ବାରିପଦାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ତାଙ୍କର ମୃତ୍ୟୁ ଖବର ଶୁଣି ସାରା ବାରିପଦା ଶୋକର ଛାୟା ଖେଳିଯିବା ସହ ସୋମବାର ଅପରାହ୍ନରେ ତାଙ୍କର ମର ଶରୀର ବାରିପଦା ଦୂର୍ଗାପୁର ସ୍ଥିତ ବାସ ଭବନରେ ପହଞ୍ଚିବା ପରେ ସାରା ବାରିପଦା ତଥା ଆଖପାଖ ଅଞ୍ଚଳର ହଜାରହଜାର ବିଭିନ୍ନ ବର୍ଗର ଲୋକ ଏବଂ ବହୁ ଅନୁଷ୍ଠାନର କର୍ମକର୍ତା ମାନେ ତାଙ୍କୁ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆଜି ସଂଧ୍ୟାରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିବାର ଜଣା ଯାଇଛି ।
