ଦାସୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ତାଲିମ
ବାରିପଦା : କଣ୍ଟାପାଳ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ଏକ ୭ଦିନିଆ ପ୍ରାକୃତିକ ବିପର୍ଯ୍ୟୟ ତାଲିମ କାର୍ଯ୍ୟକ୍ରମ ଓସଡମା ଏବଂ ଜିଲ୍ଲା ପ୍ରଶାସନ ସହାୟତାରେ ତଥା ଦାସୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବାରିପଦା ଓ ବାତ୍ୟା ଆଶ୍ରୟସ୍ଥଳୀ କମିଟି କଣ୍ଟାପାଳର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶାମାଖୁଂଟା ବ୍ଳକର ଗୋଷ୍ଠି ଉନ୍ନୟନ ଅଧିକାରୀ ଯଶୋବନ୍ତ ବେହେରା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଜୟ କୁମାର ଦେହୁରି, କଣ୍ଟାପାଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମିତାଭ ମିଶ୍ର, କଣ୍ଟାପାଳ ପଞ୍ଚାୟତ ସମିତି ସଭ୍ୟା ଦୁର୍ଗାମଣି ସିଂ, କଣ୍ଟାପାଳ ଆଶ୍ରୟସ୍ଥଳୀ ସଂପାଦକ ଅନିଲ କୁମାର ନାଏକ, ଲକ୍ଷ୍ମଣ ସିଂ ପ୍ରମୁଖ ଯୋଗ ଦେଇଥିଲେ । ଦାସୀ ଅନୁଷ୍ଠାନର ସଂପାଦକ ଚନ୍ଦନ କୁମାର ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦାସୀ ଅନୁଷ୍ଠାନର ସହକର୍ମୀ ଜବାହାରଲାଲ ଟୁଡୁ, ବାବୁ ନାଏକ, ସୁଜିତ କୁମାର ଦଳେଇ, ସୁଶାନ୍ତ କୁମାର ନାଏକ, ନୁତନ ନାଏକ ପ୍ରମୁଖ ଉକ୍ତ ଶିବିରକୁ ପରିଚାଳନା କରିଥିଲେ ।
